ପାଇଲଟ୍‌ ଅଭିନନ୍ଦନଙ୍କ ନିଶ ଉପରେ ଫିଦା ହେଲେ ଲୋକେ, ସୋସିଆଲ ମିଡିଆରେ ତାଙ୍କ ନିଶକୁ ନେଇ ଆସିବାରେ ଲାଗିଛି ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ : ଏବେ ସାରା ଦେଶରେ ହିରୋ ବନି ଯାଇଛନ୍ତି ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ନିଜର ପରାକ୍ରମ ପାଇଁ ଆଜି ତାଙ୍କୁ ସାରା ଦେଣ ବୀର ପୁତ୍ରର ସମ୍ମାନ ଦେଇଛି । ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬ ସହ ଯୁଦ୍ଧ କରିବା ସମୟରେ ପାକ୍‌ ସୀମାକୁ ଖସି ପଡ଼ିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହା ପରେ ତାଙ୍କୁ ୬୦ଘଣ୍ଟା କାଳ ପାକିସ୍ତାନର ସେନାର କବ୍‌ଜାରେ ରହିବାକୁ ପଡ଼ିଥିଲା ।

ଦୁଇ ଦେଶ ମଧ୍ୟରେ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବାକୁ ନେଇ ଅନେକ ଆଲୋଚନା ହେବା ପରେ ଶେଷରେ ଗୁରୁବାର ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାଇଲଟ୍‌ ଅଭିନନ୍ଦନଙ୍କୁ ଶୁକ୍ରବାର ଭାରତକୁ ହସ୍ତାନ୍ତର କରାଯିବ ବୋଲି ଘୋଷଣା କରିଥିଲେ । ଶୁକ୍ରବାର ତାଙ୍କୁ ସ୍ୱାଗତ କରିବା ପାଇଁ ଅଟାରୀ-ଓ୍ଵାଘା ସୀମାରେ ହଜାର ହଜାର  ଲୋକ ଉପସ୍ଥିତ ଥିଲେ । ଭାରତର ବୀର ପୁତ୍ର ଭାରତ ଫେରୁଥିବାର ଖୁସି ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

ଏହି ୨-୩ଦିନ ମଧ୍ୟରେ ପାଇଲଟ୍‌ ଅଭିନନ୍ଦନ ଭାରତର ହିରୋ ପାଲଟି ଥିବା ବେଳେ ତାଙ୍କ ନିଶକୁ ନେଇ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚା ହେଉଛି । ତାଙ୍କର ଆକର୍ଷଣୀୟ ନିଶକୁ ଦେଖି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଭଳି ନିଶ ରଖିବାକୁ ଚାହାନ୍ତି ବୋଲି ସମସ୍ତେ ସୋସିଆଲ ମିଡିଆରେ କହିବା ଆରମ୍ଭ କରିଛନ୍ତି । କିଛି କିଛି ଲୋକ ପାଇଲଟ୍‌ ଅଭିନନ୍ଦନଙ୍କ ଭଳି ନିଶ କାଟିବାକୁ ଚେଷ୍ଟା କରିବା ସହ ଫଟୋ ଅପ୍‌ଲୋଡ୍‌ କରି ଅଭିନନ୍ଦନଙ୍କୁ ଭାରତକୁ ସ୍ୱାଗତ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର