ଚେନ୍ନାଇରେ କରୁଣାନିଧିଙ୍କୁ ଭେଟିଲେ ମୋଦି, ଦିଲ୍ଲୀ ଆସିବାକୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେନ୍ନାଇସ୍ଥିତ ଗୋପାଳପୁରମ୍‌ଠାରେ ଥିବା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କୁ ତାଙ୍କ ବାସବଭନରେ ଭେଟିଛନ୍ତି। ଏହା ସହ ମୋଦି, କରୁଣାନିଧିଙ୍କୁ ଦିଲ୍ଳୀସ୍ଥିତ ନିଜ ବାସଭବନକୁ ନିମନ୍ତ୍ରଣ କରିଛନ୍ତି।

‘ନୂଆଦିଲ୍ଲୀସ୍ଥିତ ମୋ ବାସଭବନକୁ ଆସନ୍ତୁ ଏବଂ ବିଶ୍ରମ କରନ୍ତୁ।’ ୧୫ ମିନିଟ୍‌ର ଭେଟ ସମୟରେ ମୋଦି, କରୁଣାନିଧିଙ୍କୁ ଏପରି କହିଛନ୍ତି। କରୁଣାନିଧିଙ୍କୁ ପ୍ରଥମଥର ପାଇଁ ମୋଦି ଭେଟିବାକୁ ଯାଇଥିବା ଜାଣିବାକୁ ମିଳିଛି।

ନିକଟରେ ସୁସ୍ଥ ହୋଇଥିବା କରୁଣାନିଧି, ମୋଦିଙ୍କର ତାଙ୍କ ସହ ଭେଟ ସଂପର୍କରେ ଗଣମାଧ୍ୟମରେ ଜଣାଇଛନ୍ତି। ଏହି ଅବସରରେ କରୁଣାନିଧି, ମୋଦିଙ୍କୁ କିଛି ପୁସ୍ତକ ଉପହାର ଦେଇଥିଲେ।

ଏହଛଡ଼ା ପ୍ରଧାନମନ୍ତ୍ରୀ ମୋଦି, କରୁଣାନିଧିଙ୍କ ପତ୍ନୀ ଦୟାଲୁ ଅମଲଙ୍କୁ ମଧ୍ୟ ଭେଟିଥିଲେ। କରୁଣାନିଧିଙ୍କ କନ୍ୟା ଏବଂ ରାଜ୍ୟସଭା ସାଂସଦ କନିମୋଝି ମୋଦିଙ୍କୁ କରୁଣାନିଧିଙ୍କ ଘରକୁ ଯିବା ସମୟରେ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର