ଜମ୍ମୁ-କଶ୍ମୀର ସ୍ଥିତି ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ସର୍ବଦଳୀୟ ବୈଠକ,ନିଆଯାଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଆଜି ନିଆଯିବ ବଡ଼ ନିଷ୍ପତ୍ତି । ଏଥିପାଇଁ ୮ଟି ଭିନ୍ନଭିନ୍ନ ରାଜନୈତିକ ଦଳର ପ୍ରାୟ ୧୪ ଜଣ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟାଇବା ସହ ରାଜ୍ୟ ମାନ୍ୟତା ପ୍ରଦାନ ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି । ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

indiatoday.in

– ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ନେଇ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିପାରନ୍ତି କେନ୍ଦ୍ର ସରକାର |
– ବିଜେପି-ପିଡିପି ମେଣ୍ଟ ସରକାର ଭାଙ୍ଗିଯିବା ପରେ ଜୁନ ୨୦, ୨୦୧୮ ରୁ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି |
– ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କ ସମେତ ୮ଟି ରାଜନୈତିକ ଦଳର ପ୍ରାୟ ୧୪ ଜଣ ନେତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି |
– ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀର ବିଭାଜନ ପରେ କେନ୍ଦ୍ର ସରକାର ପ୍ରଥମଥର ଲାଗି ରାଜନୈତିକ ଦଳଗୁଡିକ ସହ ଆଲୋଚନା କରୁଛନ୍ତି
– ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ଏନଏସଏ ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ଟପ୍ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |
– କରୋନା କାଳରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳା କମିଯାଇଥିବାରୁ ଏବେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ବୋଲି କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ |
– ୨୦୧୯ ଲୋକସଭା ନିର୍ବାଚନ ସହ ଏଠାରେ ବିଧାନସଭା ନିର୍ବାଚନ କରାଇବାକୁ ଯୋଜନା ଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ ଅନୁମତି ଦେଇନଥିଲେ ନିର୍ବାଚନ କମିଶନ |
– ଗତ ଡିସେମ୍ବରରେ ଏଠାରେ ହୋଇଥିବା ପଂଚାୟତ ନିର୍ବାଚନରେ ଗୁପକାର ମେଂଟ ୧୧୦ ଓ ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିଲେ |

ସମ୍ବନ୍ଧିତ ଖବର