ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଠାରେ ଯବାନମାନଙ୍କ ସହ ଦୀପାବଳି ପାଳିବାକୁ ରାଜୌରିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ଜମ୍ମୁ: ଜମ୍ମୁ ଓ କଶ୍ମୀରରେ ନିୟନ୍ତ୍ରଣ ରେଖା ଠାରେ ପହରା ଦେଉଥିବା ଯବାନମାନଙ୍କ ସହ ଦୀପାବଳି ପାଳିବା ନିମନ୍ତେ ରବିବାର ଦିନ ରାଜୌରି ଜିଲ୍ଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ଯୋଗକୁ ସେଠାରେ ପଦାତିକ ବାହିନୀ ଦିବସ ପାଳନ ହେଉଛି। ପାକିସ୍ତାନ ସମର୍ଥୀତ ଅନୁପ୍ରବେଶକାରୀଙ୍କୁ ହଟାଇବା ନିମନ୍ତେ ୧୯୪୭ ମସିହାରେ ପ୍ରଥମେ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରରେ ପହଞ୍ଚିଥିଲେ। ସେହି ବର୍ଷ ଠାରୁ ପଦାତିକ ବାହିନୀ ଦିବସ ପାଳନ ହୋଇ ଆସୁଛି।

Image Source: New Indian Express

ନିୟନ୍ତ୍ରଣ ରେଖା ଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହ କଥାବାର୍ତ୍ତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ସିଧା ଆର୍ମି ବ୍ରିଗେଡ୍‌ ମୁଖ୍ୟାଳୟକୁ ଯାଇଛନ୍ତି।

ସୈନିକମାନଙ୍କ ସହ ଦୀପାବଳି ପାଳିବାକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ତୃତୀୟ ଜମ୍ମୁ ଓ କଶ୍ମୀର ଗସ୍ତ। ୨୦୧୪ରୁ ସେ ଏହି ସୀମାନ୍ତ ରାଜ୍ୟକୁ ଯାଉଛନ୍ତି। ଏ ବର୍ଷ ଧାରା ୩୭୦ ଉଚ୍ଛେଦ ହେବା ପରେ ମୋଦୀ ପ୍ରଥମ କରି ସେଠାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର