ବିଦେଶ ଫେରନ୍ତାଙ୍କୁ ନେଇ ସମସ୍ୟା ବଢ଼ୁଛି, ଯାଞ୍ଚରେ ରାଜ୍ୟମାନେ ଅବହେଳା କରିଛନ୍ତି

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହେବା ପୂର୍ବରୁ ଯେଉଁମାନେ ବିଦେଶରୁ ଭାରତକୁ ଫେରିଥିଲେ ସେମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାରେ ରଖିବାପାଇଁ ରାଜ୍ୟ ସରକାରମାନେ ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ହୋଇନାହିଁ ଏବଂ ଏଥିରେ ବ୍ୟାପକ ଅବହେଳା ହୋଇଛି। ଅନେକ ରାଜ୍ୟ ବହୁ ସଂଖ୍ୟାରେ ବିଦେଶ ଫେରନ୍ତାଙ୍କ ଯାଞ୍ଚ କରିବାରେ ବ୍ୟସ୍ତ ହୋଇଛନ୍ତି ବୋଲି କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ସତର୍କ କରାଇ ଦେଇଛନ୍ତି। ଯେତିକି ସଂଖ୍ୟକ ଅନ୍ତର୍ଜାତୀୟ ଯାତ୍ରୀ ଭାରତ ଫେରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏବେ ବି ନିରୀକ୍ଷଣ ବ୍ୟବସ୍ଥା ବାହାରେ ଅଛନ୍ତି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରାୟ ୧୫ ଲକ୍ଷ ଅନ୍ତର୍ଜାତୀୟ ଯାତ୍ରୀ ଆସିଥିବାରୁ ନିରୀକ୍ଷଣ ବ୍ୟବସ୍ଥା ବ୍ୟାପକ କରିବାପାଇଁ ଗୌବା ରାଜ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଏବଂ ଏ ନେଇ ରାଜ୍ୟମାନେ ଏବେ ତତ୍ପରତା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର