ମିରାଜ୍‌ ୨୦୦୦ ଠାରୁ ୨ଗୁଣା କ୍ଷମତାଶଳୀ ରାଫେଲ ଆସିଯିବା ପରେ ଭାରତୀୟ ବାୟୁସେନା ହୋଇଯିବ ବିଶ୍ୱସ୍ତରୀୟ: ଏୟାର ମାର୍ଶାଲ ଆର୍‌ ନାମ୍ବିଆର

ଗୋଓ୍ଵାଲିୟର/ ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବାକୁ ଯାଉଥିବା ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ ମିରାଜ୍‌ ୨୦୦୦ ଲଢ଼ୁଆ ବିମାନ ଠାରୁ ଦୁଇଗୁଣା ଅଧିକ କ୍ଷମତାଶଳୀ। ମିରାଜ୍‌ ୨୦୦୦ ଯେତିକି ଦକ୍ଷତା ପ୍ରଦର୍ଶିତ କରିବ, ତା’ ତୁଳନାରେ ଅଧିକ ଦୁଇଗୁଣା ଦକ୍ଷତା ପ୍ରଦର୍ଶନ କରିବ ରାଫେଲ୍‌। ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଯିବା ପରେ ଭାରତୀୟ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ବହୁଗୁଣିତ ହୋଇଯିବ ଏବଂ ଭାରତୀୟ ବାୟୁସେନା ବିଶ୍ୱସ୍ତରୀୟ ହୋଇଯିବ ବୋଲି କହିଛନ୍ତି ଏୟାର ମର୍ଶାଲ ତଥା େଓ୍ଵଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡିଂ-ଇନ୍‌- ଚିଫ୍‌ ଆର୍‌. ନାମ୍ବିଆର।

Zee India News

ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ଭାରତ କିଣିବାକୁ ଥିବା ୩୬ଟି ରାଫେଲ ଲଢ଼ୁଆ ବିମାନ ଆସନ୍ତା ସେପ୍ଟେମ୍ବର ମାସରେ ଆସି ଭାରତରେ ପହଞ୍ଚିବ। ଏ ପରିସ୍ଥିତିରେ କାର୍ଗିଲ ଯୁଦ୍ଧ ସମୟରେ ମିରାଜ୍‌ ୨୦୦୦ ଲଢ଼ୁଆ ବିମାନ ଉଡ଼ାଇ ଭାରତ ପାଇଁ ବିଜୟ ଆଣିଥିବା ଏୟାର ମାର୍ଶାଲ ଆର୍‌. ନାମ୍ବିଆର କହିଛନ୍ତି ଯେ ଭାରତୀୟ ବାୟୁସେନାରେ ମିରାଜ୍‌ ୨୦୦୦ ଲଢ଼ୁଆ ବିମାନ ସାମିଲ ହେବା ପରେ ଏହା ଭାରତୀୟ ବାୟୁସେନା ପାଇଁ ଥିଲା ‘ଗେମ୍‌ ଚେଞ୍ଜର’। ତେବେ, ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଯିବା ପରେ ଭାରତୀୟ ବାୟୁସେନା ହୋଇଯିବ ବିଶ୍ୱ ସ୍ତରୀୟ।

ସମ୍ବନ୍ଧିତ ଖବର