ବମ୍ବେ ହାଇକୋର୍ଟରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ : ଅଶ୍ଳିଳ ଭିଡିଓ ମାମଲାରେ  ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ । ବମ୍ବେ ହାଇକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହା ପୂର୍ବରୁ ଜାମିନ ପାଇଁ କୁନ୍ଦ୍ରା ଏକ ମାଜିଷ୍ଟ୍ରେଟ୍ କୋର୍ଟରେ ଆବେଦନ କରିଥିଲେ ବି ତାହା ଖାରଜ ହୋଇଯାଇଥିଲା । ଏହା ସହିତ ତାଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସକୁ ମାଜିଷ୍ଟ୍ରେଟ୍ ଅନୁମତି ଦେଇଥିଲେ । ଏହି ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟରୁ ତାଙ୍କୁ କୌଣସି ଆଶ୍ବସ୍ତି ମିଳିପାରିନାହିଁ । ହାଇକୋର୍ଟ କହିଛନ୍ତି ଯେ ମାଜିଷ୍ଟ୍ରେଟଙ୍କ ରାୟରେ କୌଣସି ଭୁଲ ନାହିଁ ।

ଅଶ୍ଳିଳ ଭିଡିଓ ସୁଟିଂ ମାମଲାରେ ଜୁଲାଇ ୧୯ରେ ମୁମ୍ବାଇ ପୁଲିସ ରାଜଙ୍କୁ ଗିରଫ କରିଥିଲା ।  ଇତି ମଧ୍ୟରେ ସେ ଏକାଧିକ ଥର ଜାମିନ ପାଇଁ ଆବେଦନ କରିଥିଲେ ବି ତାଙ୍କୁ ଜାମିନ ମିଳିପାରୁ ନାହିଁ ।

 

ସମ୍ବନ୍ଧିତ ଖବର