ଆଇସିଆଇସିଆଇ ବ୍ୟାଙ୍କ୍‌ ଉପରେ ୫୮୯ ନିୟୁତ ଟଙ୍କା ଜରିମାନା କଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ୍‌ ଲିମିଟେଡ୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୫୮୯ ନିୟୁତ ଟଙ୍କା ଜରିମାନା କରିଛି।
ଜାରି ହୋଇଥିବା ଏଚ୍‌ଟିଏମଓ ପୋର୍ଟଫୋଲିଓରୁ ପ୍ରତ୍ୟକ୍ଷ ସିକ୍ୟୁରିଟି ବିକ୍ରୟ ଏବଂ ନିର୍ଦ୍ଧାରିତ ଘୋଷଣାନାମ ସଙ୍କ୍ରାନ୍ତ ନିର୍ଦେଶାବଳୀ ସହ ତାଳମେଳ ରଖି ନ ଥିବା କାରଣରୁ ରିଜର୍ଭ ବ୍ୟାଙ୍କ୍‌ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନିର୍ଦେଶ ପାଳନ କରିବାରେ ବ୍ୟାଙ୍କ୍‌ ଅସଫଳ ହେବାରୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ମାର୍ଚ ୨୬ ତାରିଖର ଏହି ଆଦେଶ ବଳରେ ଜରିମାନା ଲାଗୁ କରିଛନ୍ତି।
ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ ନିୟନ୍ତ୍ରଣ ଆଦେଶ ପାଳନରେ ଅସମନ୍ଵୟତା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ୍‌ ଆହୁରି କହିଛି ଯେ କାର୍ଯ୍ୟାନୁଷ୍ଠାନ ଗ୍ରାହକମାନଙ୍କ ସହ ବ୍ୟାଙ୍କ୍‌ ଦ୍ୱରା କରାଯାଇଥିବା କୌଣସି କାରବାର ବା ଚୁକ୍ତିର ବୈଧ୍ୟତା ଘୋଷଣା କରିବା ଏହାର ଉଦ୍ଦେଶ୍ୟ ନୁହେଁ। ଆଇସିଆସିଆଇ ବ୍ୟାଙ୍କ କିଭଳି ଭାବେ ନୀତିନିୟମ ବିଚ୍ୟୁତ ହୋଇଛି ତାହା ବିଜ୍ଞପ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ୍‌ ସବିଶେଷ ଉଲ୍ଲେଖ କରି ନାହିଁ।

ଏଚ୍‌ଟିଏମ୍‌ ସେଗ୍‌ମେଣ୍ଟ୍‌ ଅଧୀନରେ ରଖାଯାଇଥିବା ସିକ୍ୟୁରିଟି ପରିମାଣ ବ୍ୟାଙ୍କ୍‌ ପ୍ରକାଶ କରିବା ଆବଶ୍ୟକ। ଏହାକୁ ଦଲିଲ ମାଚ୍ୟୁରିଟି ଯାଏଁ ରଖିଥାଏ ଏବଂ ଏହାକୁ ଇନ୍‌ଟ୍ରାଡେ ବାଣିଜ୍ୟରେ ବ୍ୟବହାର କରାଯାଇ ପାରେ ନାହିଁ। ଏଚ୍‌ଟିଏମ୍‌ ସିକ୍ୟୁରିଟି ଏବଂ ଡିସ୍‌କ୍ଲୋଜର୍‌ ରୁଲ୍‌ସ୍‌ରୁ ନିର୍ଦ୍ଦିଷ୍ଟ ସୀମା ଯାଏଁ ବିକ୍ରୟ କରିବାକୁ ରିଜର୍ଭ ବ୍ୟାଙ୍କ୍‌ ବ୍ୟାଙ୍କ୍‌ମାନଙ୍କୁ ଅନୁମତି ଦେଇଥାଏ।

ସମ୍ବନ୍ଧିତ ଖବର