ଇଦ୍ ଉଲ୍-ଫିତର୍‌ ଅବସରରେ ୫ ଦିନ ପାଇଁ ଦେଶବ୍ୟାପୀ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରିବ ସାଉଦି ଆରବ

ରିୟାଦ୍: କରୋନାଭାଇରସ୍ ବିସ୍ତାରକୁ ରୋକିବା ନିମନ୍ତେ ସାଉଦି ଆରବ ୫ଦିନିଆ ଇଦ୍ ଉଲ୍-ଫିତର୍‌ ଛୁଟିରେ ଦେଶବ୍ୟାପୀ ୨୪ଘଣ୍ଟିଆ କର୍ଫ୍ୟୁ ଜାରି କରିବ ବୋଲି ମଙ୍ଗଳବାର ଦିନ ଗୃହ ମନ୍ତ୍ରାଳୟ କହିଛି।

ମେ ୨୩ରୁ ମେ ୨୭ ତାରିଖ ଯାଏଁ, ଅର୍ଥାତ୍ ରମଜାନ୍ ମାସ ଶେଷ ହେବା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ।

Image Courtesy of Reuters

ସେ ପର୍ଯ୍ୟନ୍ତ ବାଣିଜ୍ୟିକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବର୍ତ୍ତମାନ ପରି ଖୋଲା ରହିବ। ସ୍ଥାନୀୟ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଲୋକେ ଅବାଧରେ ଚଳପ୍ରଚଳ କରିପାରିବେ। କିନ୍ତୁ, ସବୁବେଳେ ପୂର୍ବ ଭଳି ମକାରେ ସମ୍ପୂର୍ଣ୍ଣ କର୍ଫ୍ୟୁ ବଳବତ୍ତର ରହିବ ବୋଲି ରାଷ୍ଟ୍ରାୟତ ନିଉଜ୍ ଏଜେନ୍‌ସି ‘ଏସ୍‌ପିଏ’ରେ ବିବୃତି ପ୍ରକାଶ ପାଇଛି।

ପୂର୍ବରୁ ଅଧିକାଂଶ ସହର ଓ ନଗରରେ ସାଉଦି ଆରବ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲା, କିନ୍ତୁ ରମ୍‌ଜାନ୍ ଆରମ୍ଭ ହେବାରୁ କର୍ଫ୍ୟୁ କ‌ୋହଳ କରାଯାଇଥିଲା। ଏହାଛଡ଼ା ବହୁସଂଖ୍ୟକ କରୋନାଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବ‌ା ଅଞ୍ଚଳରୁ ସାଉଦି ଆରବ କର୍ତ୍ତୃପକ୍ଷ ପୂର୍ଣ୍ଣମାତ୍ରାରେ ପ୍ରତ୍ୟାହାର କରି ନ ଥିଲା।

ଏପର୍ଯ୍ୟନ୍ତ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ସାଉଦି ଆରବରେ ୪୨, ୯୨୫ଜଣ ସଂକ୍ରମିତ ହୋଇଛନ୍ତି ଓ ସେଥିରୁ ୨୬୪ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର