ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ବିଜେପି, ଶିବସେନା ମଧ୍ୟରେ ଆସନ ବୁଝାମଣା, ୧୪୪ରେ ବିଜେପି ଓ ୧୨୬ରେ ଶିବସେନା ଲଢିବ

ମୁମ୍ବାଇ : ବହୁ ବାଦବିବାଦ ପରେ ଶେଷରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ଆଜି ଦୁଇଦଳଙ୍କ ମଧ୍ୟରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ମୋଟ ୨୮୮ଟି ଆସନ ମଧ୍ୟରେ ବିଜେପି ୧୪୪ଟି ଆସନରେ ଓ ଶିବସେନା ୧୨୬ ଟି ଆସନରେ ଲଢିବ । ଅବଶିଷ୍ଟ ୧୮ଟି ଆସନ ଛୋଟ ଛୋଟ ସହଯୋଗୀ ଦଳଙ୍କୁ ଦିଆଯାଇଛି ।

ଶିବସେନା ୫୦:୫୦ ଅନୁପାତରେ ଆସନ ବୁଝାମଣା ଚାହୁଁଥିବାବେଳେ ବିଜେପି ଅଧିକ ଆସନ ରଖିବାକୁ ଚାହୁଁଥିଲା । ଏହାକୁ ନେଇ ଦୁଇଦଳ ମଧ୍ୟରେ ମତଭେଦ ବାହାରକୁ ଫୁଟି ବାହାରି ଥିଲା । ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ପରେ ଏ ନେଇ ସହମତି ହୋଇଛି । ଗତ ୨୧ ତାରିଖରେ ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଓ ହରିୟାନା ବିଧାନସଭା ନିର୍ବାଚନ ଓ ୬୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ । ତେବେ କର୍ଣ୍ଣାଟକର ୧୫ଟି ଆସନରେ ଉପନିର୍ବାଚନ ସ୍ଥଗିତ ରଖାଯାଇଛି ।

ସମ୍ବନ୍ଧିତ ଖବର