୬ ଓଡ଼ିଆଙ୍କୁ ଶ୍ରମ ଭୂଷଣ ପୁରସ୍କାର

ନୂଆଦିଲ୍ଲୀ : ୨୦୧୮ ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଶାର ୬ ଜଣଙ୍କୁ ଶ୍ରମ ଭୂଷଣ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନେ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ଦେବରାଜ ଷଡ଼ଙ୍ଗୀ, ତାପସ କୁମାର ଜେନା, ଗୋପାଳକୃଷ୍ଣ ସାହୁ, ସୁବ୍ରତ କୁମାର ଜେନା, ପ୍ରଫୁଲ୍ଲ କୁମାର ପାତ୍ର ଓ ରଂଜନ କୁମାର ଦାଶ। ଶ୍ରମ ବୀର/ଶ୍ରମ ବିରଙ୍ଗନା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ୫ ଓଡ଼ିଶା ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂଗ୍ରାମ କିଶୋର ସ୍ବାଇଁ, ଚନ୍ଦନ କୁମାର ମଜୁମଦାର, ପ୍ରଭାସ ଚନ୍ଦ୍ର ବେହେରା, ରଘୁନାଥ ପ୍ରସାଦ ପାଢ଼ୀ, ସୁଶାନ୍ତ କୁମାର ମିଶ୍ର ଏବଂ ଚାରୀ ଓରାମ୍। ଶ୍ରମଶ୍ରୀ ଓ ଶ୍ରମଦେବୀ ପୁରସ୍କାର ପାଇଁ ଚୟନ ହୋଇଥିବା ଓଡ଼ିଆ ହେଲେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ମନୋଜ କୁମାର ପ୍ରଧାନ, ବାଦଲ କୁମାର କର ଓ ସୁଜିତ କୁମାର ମିଶ୍ର।

ସମ୍ବନ୍ଧିତ ଖବର