ଆଦିବାସୀ ସଂପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,୩୭ ମୃତ, ୨୦୦ ଆହତ

ନୂଆଦିଲ୍ଲୀ:ସୁଦାନର ପୂର୍ବାଞ୍ଚଳରେ ଆଦିବାସୀ ସଂପ୍ରଦାୟର ୨ଟି ଗୋଷ୍ଠୀ ମଧ୍ୟରେ ଏକ ହିଂସା କାଣ୍ଡ ଘଟିବା ଫଳରେ ୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ  ପ୍ରାୟ ୨୦୦ ଜଣ ଆହତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଦିବାସୀ ସଂପ୍ରଦାୟର ୨ଟି ଗୋଷ୍ଠୀ ମଧ୍ୟରେ ଏହି ହିଂସାକାଣ୍ଡ ଘଟଣା ଘଟିଛି ।ତେବେ ଏହି ହିଂସାକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।

କୁହାଯାଉଛି ଯେ, ଆଦିବାସୀ ସଂପ୍ରଦାୟର ବାନୀ ଆମେର ଜାତି ଓ ନୁବା ଜାତିର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହିଂସାର ରୂପ ନେଇଥିଲା ଫଳତଃ ଏଥିରେ  ୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଜଣ ଆହତ ହୋଇଥିବା ଜଣାଯାଇଛି।

Sudan's sovereign council declares state of emergency in Port Sudan
photo-african news

 

ଏହି ହିଂସାକାଣ୍ଡ ପରେ ଦେଶର ନୂତନ ଭାବେ ଗଢ଼ାଯାଇଥିବା ପରିଷଦ ରବିବାର ଲୋହିତ ସାଗର ରାଜ୍ୟର ଗଭର୍ଣ୍ଣରଙ୍କୁ ବରଖାସ୍ତ କରାଯାଇଛି। ଏହା ସହିତ ସୁଦାନରେ ଜରୁରୀକାଳୀନ ଶାସନ ବ୍ୟବସ୍ଥା ଲାଗୁ ହୋଇଛି । ହିଂସାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ତେବେ ସେଠାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି।

 

ସମ୍ବନ୍ଧିତ ଖବର