ସୁପ୍ରିମ୍ କୋର୍ଟଙ୍କ ରାୟ:ଶୁଣାଣିର ହେବ ସିଧାପ୍ରସାରଣ

ବିଚାର ବ୍ୟବସ୍ଥାରେ ସ୍ବଚ୍ଛତା ଆସିବଆଇନ ଛାତ୍ରଛାତ୍ରୀ ହେବେ ଉପକୃତ

ନୂଆଦିଲ୍ଲୀ: କୋର୍ଟ ଶୁଣାଣିର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ ପାଇଁ ଆଜି ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଶୁଶାଣିର ସିଧାପ୍ରସାରଣ ହେବା ଦ୍ବାରା ବିଚାର ବ୍ୟବସ୍ଥାରେ ସ୍ବଚ୍ଛତା ଆସିପାରିବ। ସେହିଭଳି ‘ସୂର୍ଯ୍ୟାଲୋକ ସର୍ବୋତ୍ତମ କୀଟାଣୁନାଶକ’ ଭାବେ କାମ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ସୁପ୍ରିମ୍ କୋର୍ଟ ଖଣ୍ଡପୀଠ କହିଛନ୍ତି, ସର୍ବୋଚ୍ଚ ଅଦାଲତରେ ପ୍ରଥମେ ଶୁଣାଣିର ସିଧାପ୍ରସାରଣ ଆରମ୍ଭ ହେବ। ପାଇଲଟ୍ ଭିତ୍ତିରେ ପ୍ରଥମେ ଏହା ଆରମ୍ଭ ହେବ। ପରେ ଅନ୍ୟ କୋର୍ଟଗୁଡ଼ିକରେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇ ପାରିବ। ଫଳରେ ଲୋକମାନେ ସେମାନଙ୍କ ମାମଲାର ଶୁଣାଣିକୁ ଦେଖିପାରିବେ। ତେବେ ଶୁଣାଣିର ସିଧାପ୍ରସାରଣ ପାଇଁ ଖୁବଶୀଘ୍ର ନିୟମ ତିଆରି କରାଯିବ। ପୂର୍ବରୁ ମଧ୍ୟ ସୁପ୍ରିମ୍ କୋର୍ଟ ଶୁଣାଣିର ସିଧାପ୍ରସାରଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ନିଜ ଯୁକ୍ତ‌ିରେ ଦର୍ଶାଇଥିଲେ ଯେ ଲୋକମାନେ ‌େସମାନଙ୍କ ମାମଲାର ସିଧାପ୍ରସାରଣ ଦେଖିବାକୁ ସୁ‌େଯାଗ ପାଇବା ଦ୍ବାରା ଓକିଲମାନେ ନିଜ ମହକିଲଙ୍କ ପରାମର୍ଶ ଅନୁସାରେ ମାମଲା ଲଢ଼ିପାରିବେ। ଏହାଦ୍ବାରା ସ୍ବଚ୍ଛତା ଆସିପାରିବ।
ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ, ଆଇନ ଛାତ୍ରୀ ସ୍ନେହିଲ୍ ତ୍ରିପାଠୀ ଏବଂ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ହୋଇଥିବା ଆବେଦନ ଉପରେ ସୁପ୍ରିମ୍ କୋର୍ଟ ଏହି ରାୟ ଦେଇଛନ୍ତି। ଚଳିତବର୍ଷ ଜୁଲାଇ‌େର ହୋଇଥିବା ଏହି ପିଟିସନଗୁଡ଼ିକ ଉପରେ ସୁପ୍ରିମ୍ କୋର୍ଟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏ ସଂପର୍କରେ କହିଥିଲେ, ଶୁଣାଣିର ସିଧାପ୍ରସାରଣ ହେବା ଭଲ କଥା। ଲୋକମାନେ ସେମାନଙ୍କ ଓକିଲଙ୍କ କାର୍ଯ୍ୟ ଉପରେ ନଜର ରଖିପାରିବେ। ମାମଲାର ପରିଚାଳନାକୁ ନେଇ ସେମାନଙ୍କ ମନ‌େର ଆଉ ଦ୍ବନ୍ଦ୍ବ ରହିବ ନାହିଁ। ଦୁଷ୍କର୍ମ ଓ ବୈବାହିକ ପ୍ରସଙ୍ଗ ଭଳି ସମ୍ବେଦନଶୀଳ ମାମଲାରେ ଶୁଣାଣିର ସିଧାପ୍ରସାରଣ ହୋଇପାରିବ ନାହିଁ ବୋଲି ସେ କହିଥି‌ଲେ। ପ୍ରଧାନ ବିଚାରପତି ଆହୁରି କହିଥିଲେ ଯେ ଶୁଣାଣିର ସିଧାପ୍ରସାରଣ ହେବା ଦ୍ବାରା ଆଇନରେ କ୍ୟାରିୟର କରୁଥିବା ଛାତ୍ରଛାତ୍ରୀମାନେ ମାମଲାର ପରିଚାଳନାରୁ ଶିକ୍ଷା ହାସଲ କରିପାରିବେ। ତେବେ ଆଜି ସୁପ୍ରିମ୍ କୋର୍ଟ ଏ ସଂପର୍କରେ ଚୂଡ଼ାନ୍ତ ରାୟ ଦେଇ ଶୁଣାଣିର ସିଧାପ୍ରସାରଣ ପାଇଁ ପଥ ପରିଷ୍କାର କରିଦେଇଛନ୍ତି।

ସମ୍ବନ୍ଧିତ ଖବର