ଆଇଏନକ୍ସ ମିଡିଆ ମାମଲା: ପି ଚିଦାମ୍ବରମଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସିବିଆଇ କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନକ୍ସ ମିଡିଆ ମାମଲାରେ ଜାମିନରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ସପକ୍ଷରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଗୁରୁବାର ଦିନ ପି ଚିଦାମ୍ବରମଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ସିବିଆଇ କରିଥିବା ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପି ଚିଦାମ୍ବରମଙ୍କ ଜାମିନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସିବିଆଇ କିଛିଦିନ ତଳେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।

ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଇଏନକ୍ସ ମିଡିଆ ଅର୍ଥ ହେରଫେର ମାମଲାରେ ପି ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ସୋମବାର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହୁରଙ୍କ କୋର୍ଟରେ ଚିଦାମ୍ବରମ୍, ତାଙ୍କ ପୁଅ କାର୍ତ୍ତି ଏବଂ ଅନ୍ୟମାନଙ୍କ ବିରୋଧରେ ପାସୱାର୍ଡ ସୁରକ୍ଷିତ ଇ-ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।  ଲକଡାଉନ ପରେ ଯେତେବେଳେ କୋର୍ଟ କାର୍ଯ୍ୟ ସାଧାରଣ ଭାବେ ଆରମ୍ଭ ହେବ ସେତେବେଳେ ଚାର୍ଜସିଟକୁ ଏକ କାଗଜରେ ଉପସ୍ଥାପନ କରିବାକୁ ସ୍ୱତନ୍ତ୍ର ବିଚାରପତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟରେ ପି ଚିଦାମ୍ବରମ୍, କାର୍ତ୍ତି ଚିଦାମ୍ବରମ୍ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଏସ୍ଏସ୍ ଭାସ୍କରାମନଙ୍କ ସମେତ ଅନେକ ନାମ ରହିଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର