ଖୁବ୍‌ ଶୀଘ୍ର ସୁପ୍ରିମ୍‌ କୋର୍ଟରେ ପୂର୍ଣ୍ଣ ସଂଖ୍ୟାରେ ୩୪ ଜଣ ବିଚାରପତି ରହିବେ: ସୂତ୍ର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଖୁବ୍‌ ଶୀଘ୍ର ପୂର୍ଣ୍ଣ ସଂଖ୍ୟାରେ ୩୪ ଜଣ ବିଚାରପତି ରହିବେ ଏବଂ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କ ପଦୋନ୍ନତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସର୍ବୋଚ୍ଚ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା ଦିନେ ବା ଦୁଇ ଦିନ ମଧ୍ୟରେ ପଦୋନ୍ନତି ପାଇବାକୁ ଥିବା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କର ସୁପ୍ରିମ୍‌ କୋର୍ଟରେ ନିଯୁକ୍ତି ପାଇଁ ବିଧିବଦ୍ଧ ‘ୱାରେଣ୍ଟ’ ଜାରି ହେବ ବୋଲି ଏହି ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସୁପ୍ରମ୍‌ କୋର୍ଟର ପ୍ରଧାନ ବିଚାରପତି ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ପୂର୍ଣ୍ଣ ସଂଖ୍ୟାରେ ବିଚାରପତି ରହିଥିଲେ।

ସମ୍ବନ୍ଧିତ ଖବର