ପୁଣି ଏପ୍ରିଲ ୩ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ଗଲେ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେ

ମୁମ୍ବାଇ: ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକଭରା ଗାଡ଼ି ରଖିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‍ ସଚିନ ଭାଜେଙ୍କୁ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’(ଏନଆଇଏ) ପୁଣି ଏପ୍ରିଲ ୩ପର୍ଯ୍ୟନ୍ତ ହେପାଜତକୁ ନେଇଛି। ମାର୍ଚ୍ଚ ୧୩ରେ ତାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ୧୧ ଘଣ୍ଟା ଧରି ପଚରାଉଚୁରା କରିବା ପରେ ମାର୍ଚ୍ଚ ୧୩ ରାତି ୧୧.୫୦ରେ ଭାଜେଙ୍କୁ ଏନଆଇଏ ଗିରଫ କରିଥିଲା। ଏହା ପରେ ମାର୍ଚ୍ଚ ୧୪ରେ ମୁମ୍ବାଇ ଅଦାଲତରେ ହାଜର ହେବା ପରେ ଅଦାଲତ ସଚିନଙ୍କୁ ମାର୍ଚ୍ଚ ୨୫ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇଥିଲେ।

indiatoday

ଆଜି ତାଙ୍କର ଅବଧି ‌‌ଶେଷ ହେଉଥିବା ବେଳେ ତାଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ହାଜର ପରେ ଏବେ ଏନଆଇଏ କୋର୍ଟ ତାଙ୍କୁ ପୁଣି ଥରେ ଏପ୍ରିଲ ୩ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇଛନ୍ତି। ହେପାଜତର ଅବଧି ବଢ଼ିବା ପରେ ସଚିନ କୋର୍ଟକୁ କହିଥିଲେ ଯେ, ହୋଇଥିବା ଅପରାଧ ସହ ମୋର କୌଣସି ସଂପୃକ୍ତି ନାହିଁ। ମୁଁ ଦାୟିତ୍ୱରେ ଥିବା ପର୍ଯ୍ୟନ୍ତ ବିସ୍ଫୋରକ ଭର୍ତ୍ତି ଗାଡ଼ି ମାମଲାର ଯାଞ୍ଚ କରିଥିଲି। ମୁଁ ଏକମାତ୍ର ନୁହେଁ, କ୍ରାଇମ ବ୍ରାଞ୍ଚ ଏବଂ ମୁମ୍ବାଇ ପୁଲିସ ମଧ୍ୟ ଯାହା କରିବା କଥା କଲେ। ବର୍ତ୍ତମାନ ହଠାତ୍ ଏହି ଅଭିଯୋଗ ମୋ ବିରୋଧରେ ଆସିଛି। କୁହାଯାଉଛି ଯେ ମୁଁ ମୋର ଅପରାଧକୁ ଗ୍ରହଣ କରିଛି। ଏହା ସତ ନୁହେଁ। ଭାଜେଙ୍କ ପକ୍ଷ ଶୁଣିବା ପରେ କୋର୍ଟ ବର୍ତ୍ତମାନ ଭାଜେଙ୍କୁ ତାଙ୍କ ବିବୃତ୍ତି ଲିଖିତ ଆକାରରେ ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର