ସ୍କୁଲ ପାଠ୍ୟକ୍ରମରେ ହିନ୍ଦୀକୁ ସାମିଲ କରାଯିବା ନେଇ ତାମିଲନାଡୁରେ ପ୍ରବଳ ବିରୋଧ

ନୂଆଦିଲ୍ଲୀ : ସ୍କୁଲରେ ହିନ୍ଦୀକୁ ୩ୟ ଭାଷା ଭାବେ ପଢାଇବାକୁ ନେଇ ତାମିଲନାଡୁରେ ପ୍ରବଳ ବିରୋଧ ଜାରି ରହିଛି । ଏହାକୁ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଛି ଡିଏମକେ । ଡିଏମକେ ନେତା ଏମକେ ଷ୍ଟାଲିନ କହିଛନ୍ତି ଯେ ତାମିଲମାନଙ୍କ ରକ୍ତରେ ହିନ୍ଦୀ ରହିବ ନାହିଁ । ତାମିଲନାଡୁରେ ହିନ୍ଦୀ ପଢାଇବାକୁ ବାଧ୍ୟ କରିବା ଅର୍ଥ ହେଉଛି ମହୁ ଫେଣାରେ ହାତ ମାରିବା ।

ଏଣୁ ସରକାର ଏଥି୍ରୁ ଦୂରେଇ ରୁହନ୍ତୁ । ଗତ ଶୁକ୍ରବାରଦିନ ସରକାରଙ୍କ ପକ୍ଷରୁ ଘୋଷିତ ନୂଆ ଶିକ୍ଷାନୀତିରେ ସ୍କୁଲ ଶିକ୍ଷାରେ ୩ ଭାଷା ବିଶିଷ୍ଟ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ୩ଟି ଭାଷା ହେଉଛନ୍ତି ଇଂରାଜୀ, ହିନ୍ଦୀ ଓ ଆଉ ଏକ ଆଞ୍ଚଳିକ ଭାଷା । ତାମିଲନାଡୁରେ ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ବିରୋଧ କରୁଛନ୍ତି । ତେବେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଏପରି କୌଣସି ନିଷ୍ପତ୍ତି ହୋଇନାହିଁ । ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରାଯାଉଛି ।

ସମ୍ବନ୍ଧିତ ଖବର