ରାଜ୍ୟସଭାରେ ତିନ୍ ତଲାକ ବିଲ୍ ଉପରେ ଆଲୋଚନା ହୋଇ ପାରିଲା ନାହିଁ , ଜାନୁଆରି ୨ ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ତିନ୍ ତଲାକ ବିଲ୍ ଉପସ୍ଥାପନ ପରେ ତାହା ଉପରେ ଆଲୋଚନା ହୋଇ ପାରିନାହଁ। ଏହାକୁ ପାର୍ଲାମେଣ୍ଟର ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଫଳରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ରାଜ୍ୟସଭା କାର୍ଯ୍ୟ ସ୍ବଭାବିକ ଭାବ ଚାଲି ପାରି ନ ଥିଲା। ଏହାପରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ୨୦୧୯ ଜାନୁଆରି ୨ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।

ସୋମବାର ରାଜ୍ୟସଭାରେ କେନ୍ଦ୍ର ସରକାର ମୁସଲିମ୍ ସମ୍ପ୍ରଦାୟରେ ପ୍ରଚଳିତ ତୁରନ୍ତ ତିନ ତଲାକ ପ୍ରଥାକୁ ଅପରାଧ ଭାବେ ବିବେଚନା କରିବାକୁ ଆଣିଥିବା ବିଲ୍କୁ ଉପସ୍ଥାପନ କରିଥିଲେ। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏହା ଉପରେ ଆଲୋଚନା ହୋଇପାରି ନଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିଲ୍କୁ ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବାକୁ ଅଡ଼ି ବସିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ୨ ତାରିଖ ଯାଏ ମୁଲତବୀ ଘୋଷଣା କରିଥିଲେ।

ଆଜି କେନ୍ଦ୍ର ସରକାର ଗୃହରେ ବିଲ୍ ଉପସ୍ଥାପନ କରିବା କ୍ଷଣି ବିରୋଧୀ ଦଳଗୁଡ଼ିକ ଧାରା ୧୨୫ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ନୋଟିସ୍ ଦେଇ ଏହାକୁ ଜଏଣ୍ଟ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। । ହେଲେ ଅଧ୍ୟକ୍ଷ ଏହା ଉପରେ କୌଣସି ନିଷ୍ପତ୍ତି ନ ନେବାରୁ ଗୃହରେ ବିରୋଧୀ ଦଳଗୁଡ଼ିକ ଗୃହରେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ। ପ୍ରଥମେ ଗୃହକୁ ଅପରାହ୍ଣ ୨ଟା ଯାଏଁ ମୁଲତବୀ ରଖା ଯାଇଥିଲା ।

ସମ୍ବନ୍ଧିତ ଖବର