ନୂଆଦିଲ୍ଲୀରେ ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟି; ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜି ଆୟୋଜିତ ହେଉଛି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟି। ଇଟାଲିରେ ଭବ୍ୟ ବିବାହ ଏବଂ ୟୁରୋପରେ ଦୁଇ ସପ୍ତାହର ହନିମୁନ ପରେ ଚର୍ଚ୍ଚିତ ଯୋଡ଼ି ବିରାଟ ଓ ଅନୁଷ୍କା ଗତ ମଙ୍ଗଳବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଆସିଛନ୍ତି। ଏବେ, ଏହି ନବ ବିବାହିତ ଦମ୍ପତି ନୂଆଦିଲ୍ଲୀରେ ଅବସ୍ଥାନ କରିବା ସହ ଆଜି ଦିଲ୍ଲୀରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟିର ଆୟୋଜନ କରିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁସାରେ ଦିଲ୍ଲୀରେ ଆଜି ଆୟୋଜିତ ହେଉଛି ରିସେପ୍ସନ ପାର୍ଟି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ସୋସିଆଲ ମିଡିଆରେ ଘୁରିବୁଲୁଛି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ରିସେପ୍ସନର ନିମନ୍ତ୍ରଣ ପତ୍ର। ଯେଉଁଥିରେ ଉଲ୍ଲେଖ ଅଛି, ଡିସେମ୍ବର ୨୧ ତାରିଖ ଅର୍ଥାତ ଆଜି ନୂଆଦିଲ୍ଲୀର ପ୍ରସିଦ୍ଧ ତାଜ ଡିପ୍ଲୋମାଟିକ ଏନକ୍ଲେଭର ଦରବାର ହଲରେ ରିସେପ୍ସନ୍ ପାର୍ଟି ରାତି ସାଢ଼େ ଆଠଟାରୁ ଆରମ୍ଭ ହେବ। ଏହି ରିସେପ୍ସନ୍ ପାର୍ଟିକୁ ନିମନ୍ତ୍ରଣ କରିବା ଲାଗି ଉଭୟ ନବ ଦମ୍ପତି ନିଜେ ବୁଲିବୁଲି ସାଙ୍ଗସାଥୀ ଓ ସଂପର୍କୀୟଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି।
.@imVkohli and @AnushkaSharma’s royal New Delhi reception card is here. 😉 pic.twitter.com/JtTJ1SqM1q
— Virat Kohli¹⁸ (@ViratCrew) December 18, 2017
ତେବେ, ଉଲ୍ଲେଖଯୋଗ୍ୟ ବିଷୟ ହେଲା ନୂଆଦିଲ୍ଲୀର ରିସେପ୍ସନ୍ ପାର୍ଟିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଏହି ନୂଆ ଦମ୍ପତି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜେ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ରିସେପ୍ସନ୍ ପାର୍ଟି ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏକ ଟୁଇଟ୍ ଜରିଆରେ ସୂଚନା ଦିଆଯିବା ସହ କୁହାଯାଇଛି ଯେ ଗତ ୧୧ ତାରିଖରେ ଇଟାଲୀର ମିଲାନସ୍ଥିତ ଟସ୍କନି ସହରରେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ସଂପନ୍ନ ହୋଇଥିଲା। ଏବଂ ବିହାହ ପରେ ଏହାକୁ ନିଜ ଟୁଇଟର ପୋଷ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ବିରାଟ କୋହଲି। ପାରମ୍ପରିକ ପୋଷାକରେ ଉଭୟ ନବ ବିବାହିତ ଦମ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଭେଟିଥିଲେ ଏବଂ ଏହିଭଳି ଏକ ନିମନ୍ତ୍ରଣ ପତ୍ର ଦେଇ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ରିସେପ୍ସନ ପାର୍ଟିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଫଟୋକୁ ମଧ୍ୟ ଟୁଇଟ୍ କରିଛି। ତେଣୁ, ଏଥିରୁ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀରେ ଆଜି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟିରେ ଯୋଗ ଦେଇପାରନ୍ତି।
ନୂଆଦିଲ୍ଲୀ ରିସେପ୍ସନ୍ ପାର୍ଟି ବ୍ୟତୀତ ମୁମ୍ବାଇରେ ମଧ୍ୟ ଆଗାମୀ ଡିସେମ୍ବର ୨୬ ତାରିଖରେ ଆଉଏକ ରିସେପ୍ସନ୍ ପାର୍ଟି ରଖିଛନ୍ତି ବିରାଟ ଓ ଅନୁଷ୍କା। ଚର୍ଚ୍ଚା ହେଉଛି ଜାନୁଆରି ୫ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ବିରାଟ କୋହଲି। ଏବଂ ଏହି ଗସ୍ତ ସମୟରେ ବିରାଟଙ୍କ ସହ ଅନୁଷ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ଯାଇପାରନ୍ତି। ତେବେ ନୂଆବର୍ଷ ଦକ୍ଷିଣ ଆଫ୍ରିକାରେ ମନେଇବେ ଅନୁଷ୍କା ଶର୍ମା।