ସାବାସ୍ ଗୁଲାଲାଇ ! ଆଇଏସ୍ଆଇ ନଜର ଏଡ଼ାଇ ଚାଲିଗଲେ ଆମେରିକା, ରାଜରାସ୍ତାରେ ଅତ୍ୟାଚାରୀ ପାକ୍ ସରକାରର ମୁଖା ଖୋଲିଲେ

ନ୍ୟୁୟର୍କ: ଏଣେ ଜମ୍ମୁ-କଶ୍ମୀରରୁ କର୍ଫ୍ୟୁ ଉଠାଇବା ପାଇଁ ପାକିସ୍ତାନ ବାରମ୍ବାର ଦାବି କରି ଚାଲିଥିବା ବେଳେ ତେଣେ ନିଜ ଦେଶର ଜଣେ ମହିଳା ସାମାଜିକ କର୍ମୀ ପାକିସ୍ତାନ ବିରୋଧରେ ଯାଇ ଆମେରିକାରେ ସ୍ୱର ଉଠାଇଛନ୍ତି। ସାମାଜିକ କର୍ମୀ ଜଣକ ହେଉଛନ୍ତି ଗୁଲାଲଇ ଇସମାଇଲ୍ । ସେ ଆମେରିକାରେ ରାଜନୈତିକ ଶରଣ ଅପେକ୍ଷାରେ ଅଛନ୍ତି।  ଶୁକ୍ରବାର ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜର ଅଭିଭାଷଣ ଦେଉଥିବା ବେଳେ ଜାତିସଂଘ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଗୁଲାଲଇ ଇସ୍‌ମେଲ୍‌। ସେ ଇସ୍‌ଲାମିକ୍‌ ଦେଶ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପର୍ଦ୍ଦାଫାସ କରିଥିଲେ।

ସେ ପାକସ୍ତାନ ସରକାରଙ୍କ ସମସ୍ତ ସୁରକ୍ଷା ବଳୟ ତଥା ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ନଜରରୁ ଖସି ଯାଇ ଆମେରିକାରେ ପହଞ୍ଚିଥିଲେ।   ମୁଜାହିର, ପାସ୍‌ତୁନ୍‌, ବଲୋଚି, ସିନ୍ଧି ଏବଂ ଆହୁରି ଅନେକ ସଂଖ୍ୟାଲଘୁ ସଂପ୍ରଦାୟର ଉପରେ  ପାକ ସରକ‌ାର ଚଳାଇଥିବା ନିର୍ଯାତନା ବିରୋଧରେ ନ୍ୟୁୟର୍କ ରାସ୍ତାରେ ପ୍ରଦର୍ଶନ କରିଛନ୍ତି। ବିରୋଧ ପ୍ରଦର୍ଶନକାରୀମାନେ ହାତରେ ‘ନୋ ମୋର ବ୍ଲାଙ୍କ୍‌ ଚେକ୍‌ସ ଫର୍‌ ପାକିସ୍ତାନ’, ‘ପାକିସ୍ତାନ ଆର୍ମି ଷ୍ଟପ୍‌ ମେଡେଲିଂ ଇନ୍‌ ପଲିଟିକ୍ସ’ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ୍‌ ଦେଇଥିଲେ।

Times of India

ନ୍ୟୁୟର୍କରେ ଇମ୍ରାନ ଖାନ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଗୁଲାଲଇ ଇସ୍‌ମାଇଲ୍ କହିଛନ୍ତି କି ‘ଆତଙ୍କବାଦୀମାନଙ୍କୁ ନିପାତ କରିବା ନାମରେ ନିରୀହ ପାସ୍‌ତୁନ୍‌ମାନଙ୍କୁ ହତ୍ୟା କରାଯାଉଛି। ହଜାର ହଜାର ନିରୀହଙ୍କୁ  ଜେଲ୍‌ରେ ରଖାଯାଇ ନିର୍ଯାତନା ଦିଆଯାଉଛି  । ଆମର ଦାବି ହେଉଛି ପାକିସ୍ତାନ ସେନା ଦ୍ୱାରା ତୁରନ୍ତ ମାନବାଧିକାରର ଉଲ୍ଲଂଘନକୁ ଶେଷ କରିବା। ବନ୍ଦୀମାନଙ୍କୁ ମୁକ୍ତ କରାଯାଉ।’

ସମ୍ବନ୍ଧିତ ଖବର