ବିଶ୍ବରେ କୋଭିଡ୍‌ ସଂକ୍ରମଣ ୨୧ କୋଟିରୁ ଅଧିକ

ନୂଆଦିଲ୍ଲୀ : ବିଶ୍ବ‌ରେ କୋଭିଡ୍‌ ସଂକ୍ରମଣ ମାମଲା ଏବେ ୨୧ କୋଟିରୁ ଅଧିକ ରହିଛି। ମୋଟ୍‌ ସଂକ୍ରମଣ ମାମଲା ୨୧୧,୭୭୮,୫୨୬ରେ ପହଞ୍ଚିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୪,୪୩୨,୨୦୭ରେ ପହଞ୍ଚିଛି। ତେବେ ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଏସ୍‌ଇ) ତଥ୍ୟ ଅନୁଯାୟୀ ବିଶ୍ବରେ ଏବେ ସଂକ୍ରମଣ ମାମଲା, ମୃତ୍ୟୁସଂଖ୍ୟା ଏବଂ ଟିକାକରଣ ଯଥାକ୍ରମେ ୨୧୦ ,୭୮୩,୮୩୩, ୪,୪୧୩,୬୭୩ ଏବଂ ୪,୮୬୭,୦୦୩,୨୫୩ ରହିଛି। ଆମେରିକା କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ। ସିଏସ୍‌ଏସ୍‌ଇ ଅନୁଯାୟୀ ଆମେରିକାରେ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ଯଥାକ୍ରମେ ୩୭,୬୧୧,୭୫୨ ଏବଂ ୬୨୭,୮୩୩ ରହିଛି। ଆମେରିକା ପରେ ଭାରତରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି।

ବ୍ରାଜିଲ, ଋଷ, ଫ୍ରାନ୍ସ, ବ୍ରିଟେନ, ତୁର୍କୀ, ଆର୍ଜେଣ୍ଟିନା, କଲମ୍ବିଆ, ସ୍ପେନ୍, ଇଟାଲି, ଇରାନ , ଇଣ୍ଡୋନେସିଆ, ଜର୍ମାନୀ ଏବଂ ମେକ୍ସିକୋ ଆଦି ଦେଶରେ ୩୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରହିଛି। କୋଭିଡ୍‌ ମୃତ୍ୟୁ ମାମଲାରେ ବ୍ରାଜିଲ (୫୭୩,୫୧୧) ଦ୍ବିତୀୟ ସ୍ଥାନରେ ରହିଛି। ଆମେରିକାରେ ୧୮ ବର୍ଷରୁ କମ୍ ବୟସର ସର୍ବାଧିକ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର