୨୦୧୮ର ବଜେଟ୍‌ ଗ୍ରାମୀଣ ଏବଂ କୃଷିଭିତ୍ତିକ ଅର୍ଥନୀତିକୁ ସଶକ୍ତ କରାଇବାରେ ଧ୍ୟାନ ଦେବ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବର୍ଷ ୨୦୧୮ର କେନ୍ଦ୍ରୀୟ ବଜେଟ୍‌ ଆଗତ କରିଛନ୍ତି। ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କର ଏହା ହେଉଛି ୫ମ ବଜେଟ୍‌। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରିବା ପରେ ପୂର୍ବାହ୍ନ ୧୦ଟାରେ ଶ୍ରୀ ଜେଟ୍‌ଲୀ ପାର୍ଲାମେଣ୍ଟ୍‌ରେ ପହଞ୍ଚିଥିଲେ ବଜେଟ୍‌ ଉପସ୍ଥାପନ କରିବା ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ କ୍ୟାବିନେଟ୍‌ ମିଟିଙ୍ଗ୍‌ ଅନୁଷ୍ଠିତ ହୋଇଥିଲା। ୨୦୧୮ କେନ୍ଦ୍ରୀୟ ବଜେଟ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ୍‌ ଅଭିଭାଷଣ ଆରମ୍ଭ କରିଛନ୍ତି।

ବିଶ୍ୱରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କଥା ଜେଟ୍‌ଲୀ ଅଭିଭାଷଣ ପ୍ରାରମ୍ଭରେ କହିଥିଲେ। ସରକାରଙ୍କ ସାଙ୍ଗଠନିକ ସଂସ୍କାର ଯୋଗୁଁ ଦୀର୍ଘ ଏବଂ ସ୍ୱଳ୍ପକାଳୀନ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ଖୁବ୍‌ ଶୀଘ୍ର ଭାରତ ବିଶ୍ୱରେ ୫ମ ବୃହତ୍‌ ଅର୍ଥନୀତିରେ ପରିଣତ ହେବ।
୨୦୧୪ ଠାରୁ ପ୍ରଥମ ତିନି ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ୭, ୫% ବୃଦ୍ଧି ପାଇଥିଲା। ଏବେ ଏହା ୨. ୫ ଟ୍ରିଲିଅନ୍‌ ଡଲାର୍‌ ଅର୍ଥନୀତି ହୋଇ ପାରିଛି।

ଏ ବର୍ଷର ବଜେଟ୍‌ ଗ୍ରାମୀଣ ଏବଂ କୃଷିଭିତ୍ତିକ ଅର୍ଥନୀତିକୁ ସଶକ୍ତ କରାଇବାରେ ଧ୍ୟାନ ଦେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌ ଅଭିଭାଷଣରେ କହିଛନ୍ତି।

ସମ୍ବନ୍ଧିତ ଖବର