ନକଲି ଟିକା ନେଇ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

କୋଲକାତା : ନକଲି କୋଭିଡ୍‌ ଟିକା ନେଇ ବଙ୍ଗଳା ଫିଲ୍ମ ଅଭିନେତ୍ରୀ ତଥା ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଗ୍ରହଣ ପରେ ବି ସେ ସୁସ୍ଥ ଅନୁଭବ ନ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚାରିଦିନ ପୂର୍ବେ କସବାରେ ଆୟୋଜିତ ନକଲି ଟିକାଦାନ ଶିବିରରେ ମିମି ଟିକା ନେଇଥିଲେ। ତେଣୁ ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ସେ ଅସୁସ୍ଥ ଅନୁଭବ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର