ଆମେରିକାରେ ଯୁଦ୍ଧସ୍ତରରେ କରୋନା ମୁକାବିଲା : ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ୍‌

ୱାସିଂଟନ : ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ ଆମେରିକାରେ ୪୧ ଜଣଙ୍କ ଜୀବନ ନେଇଛି ଏବଂ ୧୭ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସ୍‌ଜନିତ ସ୍ବାସ୍ଥ୍ୟ ସଙ୍କଟକୁ ମହାମାରୀ ଘୋଷଣା କରିବା ପରେ ଆମେରିକା ଏ ଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନେଇଛି। କରୋନା ସଙ୍କଟର ସଫଳ ମୁକାବିଲା ପାଇଁ ଆଜି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି।

ସମ୍ବନ୍ଧିତ ଖବର