ଆରବୀୟ ଉପକୂଳରେ ତୈଳବାହୀ ଜାହାଜରେ ଲାଗିଲା ନିଆଁ, ୨ ଭାରତୀୟ ନାବିକ ମୃତ

ଦୁବାଇ: ବୁଧବାର ଆରବୀୟ ଉପକୂଳରେ ଏକ ତୈଳବାହୀ ଜାହାଜରେ ନିଆଁ ଲାଗିବା କାରଣରୁ ୨ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ ଏହି ଅଗ୍ନିକାଣ୍ଡ କାରଣରୁ ତୈଳବାହୀ ଜାହାଜରରେ ଥିବା ଆହୁରି ଅନେକ କର୍ମଚାରୀ ନିଖୋଜ ଅଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ଆରବୀୟ ଉପକୂଳରୁ ପ୍ରାୟ ୨୧ ମାଇଲ୍‌ ଦୂରରେ ଥିବା ଟ୍ୟାଙ୍କ୍‌ରରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ତତ୍‌କ୍ଷଣାତ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସଂପର୍କରେ ସୂୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି। ଏହାସହିତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ନିଖୋଜମାନଙ୍କୁ ଖୋଜି ବାହାର କରିବାକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଦୁର୍ଘଟଣା  ଖବର ପାଇ ଉଦ୍ଧାରକାରୀ ଏବଂ ଆପତ୍ତିକାଳୀନ ଟିମ୍‌ ତୈଳବାହୀ ଜାହାଜ  ଭିତରୁ କ୍ରିୟୁ ସଦସ୍ୟମାନଙ୍କୁ ଉଦ୍ଧାର କରି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଚିକିତ୍ସା ଓ ରିଲିଫ ପ୍ରଦାନ କରିଛନ୍ତି।

Hindustan Times

ରିପୋର୍ଟରୁ ଆହୁରି ବି ଜାଣିବାକୁ ମିିଳିଛି ଯେ ନିଆଁ ଲାଗିଥିବା ଟ୍ୟାଙ୍କ୍‌ରରେ ପ୍ରାୟ ୫୫ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ୧୨ ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା ରହିଛି। ତେବେ, ଏହି ଅଗ୍ନିକାଣ୍ଡରେ ୨ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ, ଏହି ଟ୍ୟାଙ୍କର୍‌ରୁ ପ୍ରାୟ ୧୦ ଜଣ ନିଖୋଜ ଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର