ଆମେରିକାରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ ଦିିଆଯିବ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ଆମେରିକାରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ ଦିିଆଯିବ ବୁଷ୍ଟର ଡୋଜ। ପୂର୍ବରୁ କରୋନା ଟିକାର କେବଳ ଦୁଇଟି ଡୋଜ ନିଆଯିବା ପାଇଁ କୁହାଯାଇଥିବା ବେ‌ଳେ ଏବେ ବୁଷ୍ଟର ଡୋଜକୁ ମିଳିଲା ଅନୁମତି। ଫାଇଜର ଓ ମ‌ଡେର୍ଣ୍ଣା ଟିକାର ବୁଷ୍ଟର ଡୋଜ ନେଇପାରିବେ ଲୋକେ। ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ସନ(ଏଫଡିଏ)ଫାଇଜର ଓ ମ‌ଡେର୍ଣ୍ଣାକୁ ଅନୁମତି ଦେଇଛି।

ଦେଶ କୋଭିଡ -୧୯ ମହାମାରୀର ଆଉ ଏକ ଲହରରେ ପ୍ରବେଶ କରିଛି। ଏହି ଲହରରେ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ରହିବା ଜରୁରୀ। ‌ନୂଆ ଭାରିଆଣ୍ଟ ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଆମେ ବୁଷ୍ଟର ଡୋଜକୁ ଅନୁମତି ଦେଇଛୁ ବୋଲି କହିଛନ୍ତି ଏଫଡିଏ କମିସନର ଜାନେଟ୍ ଉଡକକ୍।

Coronavirus: US Authorises Covid Booster Jabs For Those With Weak Immune Systems
NDTV.com

ଏଫଡିଏ କହିଛି ଯେ, ବୁଷ୍ଟର ଡୋଜ ଅଙ୍ଗ ପ୍ରତିରୋପଣ ହୋଇଥିବା ଲୋକ କିମ୍ବା ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପାଇଁ ଅଟେ | ତେବେ ଯୁକ୍ତରାଷ୍ଟ୍ରର କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ ବିରୋଧରେ ସୁରକ୍ଷା ବଢ଼‌ାଇବାକୁ ୧୦ଲକ୍ଷ ଆମେରିକୀୟ କାହାକୁ ନଜଣାଇ ତୃତୀୟ ଡୋଜ ନେଇଛନ୍ତି।

ସମ୍ବନ୍ଧିତ ଖବର