କଶ୍ମୀର ଭ୍ରମଣରେ ନ ଯିବା ଲାଗି ଆମେରିକୀୟ ନାଗରିକଙ୍କୁ କହିଲା ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଅସ୍ଥିରତା ଚାଲିଥିବାରୁ ଆମେରିକୀୟମାନେ ଜମ୍ମୁ ଓ କଶ୍ମୀର ଭ୍ରମଣରେ ନ ଯିବାକୁ ଏକ ଟ୍ରଭେଲ୍‌ ଆଡ୍‌ଭାଇଜରି ଜାରି କରି ଆମେରିକୀୟମାନଙ୍କୁ କହିଛି ଟ୍ରମ୍ପ୍‌ ପ୍ରଶାସନ। କିନ୍ତୁ, ପୂର୍ବ ଲଦାଖ ଓ ତାହାର ରାଜଧାନୀ ଲେହ ପ୍ରତି ଏ ଭଳି କଟକଣା ଲାଗୁ କରାଯାଇନାହିଁ।

ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ଅଞ୍ଚଳ ମଧ୍ୟକୁ ନ ଯିବାକୁ ଲୋକମାନଙ୍କୁ ଉପଦେଶାବଳୀରେ କୁହାଯାଇଛି।

୪୦ ଜଣ ସିଆର୍‌ପିଏଫ୍‌ ଯବାନ ମରିଥିବା ମାରାତ୍ମକ ପୁଲ୍‌ଓ୍ଵାମା ଆକ୍ରମଣ ପରେ ଭାରତ ଭ୍ରମଣରେ ଯାଉଥିବା ଆମେରିକୀୟମାନଙ୍କ ସୁରକ୍ଷା ଲାଗି ନିଶ୍ଚିତ ହେବା ନିମନ୍ତେ ଏହି ଉପଦେଶାବଳୀ ଜାରି କରାଯାଇଛି।

ସେଥିରେ ଉଲ୍ଲେଖ ଅଛି: ସାମାନ୍ୟ ଚେତାବନୀ କିଂବା ଆଦୌ ଚେତାବନୀ ନ ଦେଇ ଆତଙ୍କବାଦୀମାନେ ପର୍ଯ୍ୟଟନସ୍ଥଳୀ, ପରିବହନ ନାଭିଚକ୍ର, ବଜାର/ସପିଙ୍ଗ୍‌ ମଲ୍‌ ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ପାରନ୍ତି।

ପୂର୍ବ ମହାରାଷ୍ଟ୍ର ଏବଂ ଉତ୍ତର ତେଲେଙ୍ଗାନା, ପଶ୍ଚିମ ପଶ୍ଚିମବଙ୍ଗ ଆଦି ମଫସଲି ଅଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଜରୁରୀ ସେବା ଯୋଗାଣ ସୀମିତ। କାରଣ ଏହିସବୁ ଅଞ୍ଚଳକୁ ଗସ୍ତ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର କର୍ମଚାରୀମାନଙ୍କୁ ସ୍ପେସାଲ୍‌ ଅଥରାଇଜେସନ୍‌ ଆବଶ୍ୟକ।

ସମ୍ବନ୍ଧିତ ଖବର