ବାରାଣସୀ ସ୍କୁଲ୍‌ରେ ‘କରୋନା’ କ୍ଲାସ୍‌

ବାରାଣସୀ: କରୋନାଭାଇରସ୍‌ ସଂକ୍ରାନ୍ତରେ ସଚେତନା ସୃଷ୍ଟି ଓ ଭ୍ରାନ୍ତ ଧାରଣା ଦୂର କରିବା ନିମନ୍ତେ ବାରାଣସୀର ଏକ ଘରୋଇ ବିଦ୍ୟାଳୟ ‘କରୋନା’ କ୍ଲାସ୍‌ ଆରମ୍ଭ କରିଛି। କରୋନାଭାଇରସ୍‌ ପ୍ରତିହତ କରିବା ନିମନ୍ତେ କ’ଣ କରାଯିବ ଓ ନ କରାଯିବା ତା’ର ଏକ ତାଲିକ ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଉଛି।

ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟଶ୍ରୀ ଗୁପ୍ତ କହନ୍ତି, ଶନିବାର ଠାରୁ ଆମେ ଏହି ଏକ୍‌ସ୍‌ଷ୍ଟ୍ରା କ୍ଲାସ୍‌ ଆରମ୍ଭ କରିଛୁ। ଏଥିରେ କରୋନାଭାଇରସ୍‌ ଲକ୍ଷଣ ଏବଂ ସଂକ୍ରମଣ ଏଡ଼ାଇବା ସଂକ୍ରାନ୍ତରେ ପିଲାମାନଙ୍କୁ ସୂଚନା ଦିଆଯାଉଛି। କ’ଣ କରିବା ଉଚିତ, କ’ଣ କରିବା ଅନୁଚିତ ଉକ୍ତ ତାଲିକାରୁ ସେମାନଙ୍କୁ ଶିକ୍ଷା ଦିଆଯାଉଛି।

କ’ଣ କରିବା ଅନୁଚିତ ତାଲିକାରେ ଅଛି: କରମର୍ଦ୍ଦନ କରନାହିଁ କି, କୋଳାକୋଳି ହୁଅନାହିଁ। ଟିଫିନ୍‌ ବାଣ୍ଟି ଖାଅନାହିିଁ। ଅନ୍ୟର ବୋତଲରୁ ପାଣି ପିଅ ନାହିଁ। ଅନ୍ୟର ରୁମାଲ କି, ଟାେଓ୍ଵଲ୍‌ ବ୍ୟବହାର କରନାହିଁ।

Image Source: Livemint

କ’ଣ କରିବା ଉଚିତ ତାଲିକାରେ ଅଛି: ବାରମ୍ବାର ହାତ ଧୁଅ। ଅସୁସ୍ଥ ଲାଗିଲେ ପିତାମାତା ବା ଶିକ୍ଷକଙ୍କୁ ଜଣାଅ। ଘରେ ଓ ବିଦ୍ୟାଳୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖ।

ଶିକ୍ଷକମାନେ କହନ୍ତି ଯେ ବାରାଣସୀକୁ ବହୁସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସ୍ଥାନୀୟ ବାସିନ୍ଦା କରୋନାଭାଇରସ୍‌ ସଂକ୍ରମଣ ପ୍ରତି ସଜାଗ ରହିବା ଉଚିତ। ତେଣୁ ପିଲାମାନଙ୍କୁ ଏ ବିଷୟରେ ସଚେତନ କରାଇଲେ ସେମାନେ ଏ କଥା ସେମାନଙ୍କର ପିତାମାତାଙ୍କୁ ଅବଗତ କରାଇବେ।

ସମ୍ବନ୍ଧିତ ଖବର