ବର୍ଷକ ମଧ୍ୟରେ କରୋନାରେ କାହାର ପ୍ରାଣ ଯାଇନଥିବାରୁ ଲଣ୍ଡା ହେଲେ ଗ୍ରାମବାସୀ

ଭୋପାଳ: ବର୍ଷକ ମଧ୍ୟରେ କରୋନା ଯୋଗୁଁ ଯାଇନାହିଁ ଗ୍ରାମବାସୀଙ୍କ ଜୀବନ | ଆଉ ମନୋସ୍କାମନା ପୂରଣ ହୋଇଥିବାରୁ ଆଜି ନୂଆ ବର୍ଷ ଅବସରରେ ଲଣ୍ଡା ହୋଇଛନ୍ତି ସମସ୍ତ ଗ୍ରାମବାସୀ | ମଧ୍ୟପ୍ରଦେଶର ନିମଚରେ ଥିବା ଏକ ଗ୍ରାମର ଗ୍ରାମବାସୀଙ୍କ କିଛି ଏଭଳି ମାନସିକକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି | ସୂଚନା ମୁତାବକ ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ମନାସା ତହସିଲର ଗାଁ ଦେଓରୀ ଖାଭାସା ଗ୍ରାମରେ କରୋନା ଯୋଗୁଁ କାହାର ମୃତ୍ୟୁ ହୋଇନଥିବାରୁ ଗାଁର ୯୦ ଜଣ ଲୋକ ଖୁସିରେ ଲଣ୍ଡା ହୋଇଥିଲେ |

ତେବେ କେବଳ ଲଣ୍ଡା ହୋଇନଥିଲେ ବରଂ ଗ୍ରାମବାସୀମାନେ ଗୀତ ଗାଇ ନାଚୁଥିବାର ଦେଖିବାକୁ ମିଳିଥିଲା। ଗାଁର ଦେବନାରାୟଣ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରିଥିଲା, ଯାହା ସାରା ଗାଁ ପରିକ୍ରମା କରିଥିଲା । ଆଉ ଏହା ପରେ ପ୍ରତ୍ୟେକ ପରିବାରର ଜଣେ ଜଣେ ସଦସ୍ୟ ଲଣ୍ଡା ହୋଇଥିଲେ |

ବାସ୍ତବରେ, ଗ୍ରାମବାସୀମାନେ କରୋନା ସମୟରେ ଗାଁର ଦେବନାରାୟଣ ମନ୍ଦିରରେ ଭଗବାନଙ୍କ ନିକଟରେ ମନୋସ୍କାମନା କରିଥିଲେ ଯେ ଯଦି ଗାଁର କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେବନାହିଁ, ତେବେ ଗାଁର ପ୍ରତ୍ୟେକ ଘରୁ ଜଣେ ବ୍ୟକ୍ତି ଲଣ୍ଡା ହେବେ | ଆଉ ୨୦୨୧ରେ ଗାଁର କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇନଥିବାରୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ଲଣ୍ଡା ହୋଇଥିଲେ |

ସମ୍ବନ୍ଧିତ ଖବର