ଝାଡ଼ଖଣ୍ଡରେ ଭିଡ଼ ହିଂସା, ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଜାମସେଦପୁର: ଝାଡ଼ଖଣ୍ଡର ଖରସୁଆଁ ଜିଲ୍ଲାରେ ଚୋରି ଅଭିଯୋଗରେ ଜଣେ ମୁସ୍‌ଲିମ୍‌ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ୧୮ ବର୍ଷୀୟ ତବ୍‌ରେଜ ଅଂସାରି ଜାମସେଦପୁରରୁ ଗ୍ରାମକୁ ଫେରୁଥିବା ବେଳେ ଘାତକିଡିହ ଗ୍ରାମ ନିକଟରେ ଚାଙ୍କୁ ଚୋର ସନ୍ଦେହରେ ଲୋକେ ଅଟକାଇ ପ୍ରବଳ ମାଡ଼ ମାରିଥିଲେ। ତାଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ୫୦ରୁ ଅଧିକ ଲୋକ ପିଟିବାରୁ ତାଙ୍କର ମୃତୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ୧୮ ଜୁନ୍‌ରେ ଘଟିଥିଲା। ଏହି ହତ୍ୟାର ଭିଡିଓ ଭାଇରାଲ ହେବାପରେ ପୁଲିସ ଏକ ମାମଲା ରୁଜୁ କରି କେତେକ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର