କିଏ ହେବ ହିମାଚଳ ମୁଖ୍ୟମନ୍ତ୍ରୀ ? କଂଗ୍ରେସରେ ଟଣାଓଟରା ଜାରି

ସିମଲା : ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨ ଦିନି ବିତିଯାଇଥିଲେ ବି କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର ହୋଇପାରୁନାହିଁ । ବେଳକୁ ବେଳ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ବଢୁଥିବାରୁ କେନ୍ଦ୍ରୀୟ ହାଇକମାଣ୍ଡ୍ ମଧ୍ୟ ଅକଳରେ ପଡ଼ିଯାଇଛନ୍ତି ।

ଦଳର ଅଧିକାଂଶ ବିଧାୟକ ସୁଖଓ୍ବିନ୍ଦର ସିଂ ସୁଖୁଙ୍କୁ ସମର୍ଥନ କରୁଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧ କରୁଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ । ସେ ତିନି କେନ୍ଦ୍ରୀୟ ପ୍ରତିନିଧି ଭୂପେଶ ସିଂ ବଘେଲ, , ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପନ୍ଦର ସିଂ ହୁଦା ଓ ରାଜୀବ ଶୁକ୍ଳାଙ୍କୁ ନିଜର ଅସନ୍ତୋଷ ଜଣାଇଦେଇଛନ୍ତି ।

ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ପ୍ରତିଭା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଛନ୍ତି । କିନ୍ତୁ ଏଥିପାଇଁ ଯଦି କେନ୍ଦ୍ରୀୟ ନେତୃତ୍ବ ରାଜି ନ ହୁଅନ୍ତି, ତେବେ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଛନ୍ତି । ଆଉ ଏକ ବିକଳ୍ପ ପାଇଁ ମଧ୍ୟ ପ୍ରତିଭା ଗୋଷ୍ଠୀ ଆଲୋଚନା କରୁଛନ୍ତି । ତାହା ହେଉଛି ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରସ୍ତାବ ଦିଆଯିବ ।

ଶନିବାର ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏଣୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

 

 

ସମ୍ବନ୍ଧିତ ଖବର