କଂଗ୍ରେସ ଛାଡ଼ି ନୂଆ ଦଳ ଗଢିବେ କି ସଚିନ ପାଇଲଟ୍ ?

ଜୟପୁର: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜସ୍ଥାନ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ବିବାଦ ମଧ୍ୟରେ ସଚିନ ପାଇଲଟ୍ ଦଳ ଛାଡ଼ି ଏକ ନୂଆ ଦଳ ଗଢିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଏପରିକି ସେ ଆସନ୍ତା ୧୧ ତାରିଖରେ ନିଜ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ଦିବସରେ ନିଜର ନୂଆ ଦଳ ଗଠନ ସମ୍ପର୍କରେ ଘୋଷଣା କରିପାରନ୍ତି ।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଅନୁସାରେ ସଚିନ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ତଳେ ସଚିନ କରିଥିବା ପଦଯାତ୍ରା ଓ ସତ୍ୟାଗ୍ରହ ପଛରେ ବି ପ୍ରଶାନ୍ତଙ୍କ ଯୋଜନା ଥିଲା ।

ତେବେ ତାଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାଇଲଟ ଏବେ ବି କଂଗ୍ରେସ ନେତୃତ୍ୱ ତାଙ୍କ ଦାବି ଉପରେ କିପରି ପ୍ରତିକ୍ରିୟା ଦେଉଛନ୍ତି, ତାହାକୁ ଅପେକ୍ଷା କରିଛନ୍ତି । ଏହା ସହିତ ୧୧ ତାରିଖରେ ବଡ଼ ରାଲି ଆୟୋଜନ ବିଷୟକୁ ମଧ୍ୟ ଖଣ୍ଡନ କରାଯାଇଛି । ରାଜେଶ ପାଇଲଟଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଦୌସାରେ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି । ସଚିନ୍ ପାଇଲଟଙ୍କ ଘନିଷ୍ଠ  ତଥା ରାଜ୍ୟ ସରକାରରେ ମନ୍ତ୍ରୀଥିବା ମୁରାରି ଲାଲ୍ ମୀନା ଏହି କାର୍ଯ୍ୟକ୍ରମରେ ନୂଆ ଦଳ ଘୋଷଣା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ।

ସମ୍ବନ୍ଧିତ ଖବର