ବିନା ହାତ ସ୍ପର୍ଶରେ ବାଜୁଛି ଘଣ୍ଟି, କେଉଁ ମନ୍ଦିରରେ ରହିଛି ଏଭଳି ବ୍ୟବସ୍ଥା ଜାଣନ୍ତୁ

ଭୋପାଳ: ଘଣ୍ଟିକୁ ନ ଛୁଇଁବି ବଜାଇହେବ, କିଛି ଏଭଳି ବ୍ୟବସ୍ଥା ମଧ୍ୟପ୍ରଦେଶର ମନ୍ଦସୋରରେ ଥିବା ପଶୁପତିନାଥ ମନ୍ଦିରରେ ଆରମ୍ଭ କରାଯାଇଛି | ଆଉ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଜଣେ ମୁସଲିମ ବ୍ୟକ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ମଧ୍ୟପ୍ରଦେଶର ମନ୍ଦସୋରରେ ଥିବା ପଶୁପତିନାଥ ମନ୍ଦିର ହେଉଛି ଦେଶର ଏକମାତ୍ର ମନ୍ଦିର ଯେଉଁଠାରେ କରୋନା ସଙ୍କଟ ମଧ୍ୟରେ ଘଣ୍ଟି ବାଜୁଛି। ବିଶେଷ କଥା ହେଉଛି ନାହାରୁ ଖାନ ନାମକ ବ୍ୟକ୍ତିଙ୍କ ଲାଗି ଏହା ସମ୍ଭବ ହୋଇପାରିଛି |

ପ୍ରାୟ ଦୁଇମାସ ଧରି ଲକଡାଉନ ପରେ ଜୁନ୍ ୮ ରୁ ମନ୍ଦିର ଖୋଲାଯାଇଥିଲା | କିନ୍ତୁ ମନ୍ଦିରରେ ଘଣ୍ଟି ବଜାଇବା ଉପରେ ବାରଣ କରାଯାଇଥିଲା। କାରଣ ସମସ୍ତେ ଘଣ୍ଟିକୁ ଧରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଥିଲା | ଏହା ପରେ ନାହାରୁ ଖାନ ଏପରି ଏକ ସେନସର ସିଷ୍ଟମ ଡିଜାଇନ୍ କରିଥିଲେ, ଯେଉଁ କାରଣରୁ ଘଣ୍ଟି ତଳକୁ ହାତ ନିଆଯିବା ମାତ୍ରେ ଏହା ସ୍ୱୟଂଚାଳିତ ଭାବରେ ବାଜିବା ଆରମ୍ଭ କଲା। ନାହାରୁ ଖାନ ଏହି ସେନସରକୁ ପଶୁପତିନାଥ ମନ୍ଦିରକୁ ଦାନ କରିଛନ୍ତି।

photo-ani

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ନାହାରୁ ଖାନ କହିଛନ୍ତି ଯେ ଅଜାନ ଥିବାବେଳେ ମସଜିଦରେ ଏକ ଶବ୍ଦ ଶୁଣାଯାଏ, କିନ୍ତୁ ଆଜିକାଲି ମନ୍ଦିରରୁ ଘଣ୍ଟି ଶବ୍ଦ ଆସୁନଥିଲା। ତେଣୁ ଘଣ୍ଟି ବଜାଇବା ପାଇଁ ଏକ ସେନ୍ସର ବ୍ୟବହାର କରାଯାଇଛି, ଯେଉଁଥିରେ ସେନ୍ସର ସାମ୍ନାରେ ହାତ ରଖିବା ଦ୍ୱାରା ଘଣ୍ଟି ବାଜିବା ଆରମ୍ଭ ହୁଏ | ବର୍ତ୍ତମାନ ମନ୍ଦିରରେ ଭକ୍ତମାନେ ଘଣ୍ଟି ଛୁଇଁବାର ମଧ୍ୟ ଆବଶ୍ୟକତା ପଡିବ ନାହିଁ |

ସମ୍ବନ୍ଧିତ ଖବର