ଚାକିରିରୁ ବାହାର କରିଦେବାରୁ କ୍ରୋଧରେ ୧୫ଟି କାର ଉପରେ ଏସିଡ ଢ଼ାଳିଲା ଯୁବକ

ନୋଏଡା: ଚାକିରିରୁ ବାହାର କରିଦେବାରୁ ପ୍ରତିଶୋଧ ନେଲେ ଯୁବକ | ଯେଉଁ ସ୍ଥାନରେ କାମ କରୁଥିଲେ ସେଠାକୁ ଯାଇ ୧୫ଟି କାର ଉପରେ ଏସିଡ ଢାଳିଛନ୍ତି ଯୁବକ | ନୋଏଡାର ସେକ୍ଟର-୭୫ରେ ଥିବା ମ୍ୟାକ୍ସବ୍ଲିସ୍ ସୋସାଇଟିରେ ଏଭଳି ଏକ ଘଟଣା ଘଟିଛି | ସୋସାଇଟିରେ ସଫେଇ କର୍ମୀ ପଦରୁ ହଟାଯିବା ଉପରେ ବ୍ୟକ୍ତି ଜଣକ ସୋସାଇଟିରେ ଥିବା ୧୫ଟି ଗାଡି ଉପରେ ଏସିଡ୍ ଢାଳିଥିଲେ। କିନ୍ତୁ ତାଙ୍କ କାର୍ଯ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

ଏହା ପରେ ସୋସାଇଟିର ସୁରକ୍ଷାକର୍ମୀମାନେ ତାଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି | ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ସିସିଟିଭିରେ ଅଭିଯୁକ୍ତ ରାମରାଜ ସୋସାଇଟିର ତଳ ମହଲାରେ ପାର୍କିଂ ହୋଇଥିବା କାର ଉପରେ ବୋତଲରୁ ଏସିଡ୍ ସ୍ପ୍ରେ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ସେ ୨୦୧୬ ମସିହାରୁ ସୋସାଇଟିରେ ସଫେଇ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲା | କିନ୍ତୁ କିଛିଦିନ ହେବ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା । ଏହି କାରଣରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇପଡିଥିଲା | ଆଉ ବୁଧବାର ସକାଳେ ରାମରାଜ ପାର୍କିଂରେ ପହଞ୍ଚି ୧୫ଟି କାର ଉପରେ ଏସିଡ୍ ସ୍ପ୍ରେ କରି ନଷ୍ଟ କରିଦେଇଥିଲେ।

ସମ୍ବନ୍ଧିତ ଖବର