ମୁଁ କ’ଣ ଶିଳାଜିତର ରୁଟି ଖାଉଥିଲି କି? ୧୦୦୦ପିଲାଙ୍କ ସହ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହେବାରୁ ଏଭଳି କହିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀ ପୁଲିସ୍‌ ଶେଷରେ ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଏଫଆଇଆର୍ ଦାଏର କରିଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗତ ଜାନୁଆରି ମାସରୁ ଦୁଇଟି ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଛନ୍ତି। ଏତଲା ଲେଖାଯିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇନଥିବାରୁ ପୁଲିସକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଏମଧ୍ୟରେ ବ୍ରିଜଭୂଷଣ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ବ୍ରିଜଭୂଷଣ ସିଂ କହିଛନ୍ତି, “ସେମାନେ ପ୍ରଥମେ ଦାବି କରିଥିଲେ ଯେ ମୁଁ ୧୦୦ଜଣ ପିଲାଙ୍କୁ ଯୌନ ନିର୍ଯାତନା ଦେଇଥିଲି। ତା’ପରେ ସେମାନେ ଅଭିଯୋଗ କଲେ ଯେ ମୁଁ ୧୦୦୦ପିଲାଙ୍କୁ ଯୌନ ନିର୍ଯାତନା ଦେଇଛି। ମୁଁ ପ୍ରତିଦିନ ଶିଳାଜିତର ରୁଟି ଖାଉଥିଲି କି? ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ବ୍ରିଜଭୂଷଣଙ୍କ ଉପରେ ଆରୋପ ଉପରେ ଆରୋପ ଲାଗୁଥିଲେ ବି ସେ କୌଣସି ଭୁଲ କରିନଥିବା କହୁଛନ୍ତି। ରବିବାର ସେ କହିଥିଲେ, “ହରିୟାଣାର ୯୦% ଆଥଲେଟ୍ ଏବଂ ଅଭିଭାବକ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ବିଶ୍ବାସ କରନ୍ତି। ଅଭିଯୋଗ ଆଣିଥିବା କିଛି ପରିବାର ଏବଂ କୁସ୍ତିଯୋଦ୍ଧା ‘ଅଖାଡା’ର ଅଟନ୍ତି। ସେହି’ ଅଖାଡା’ର ପୃଷ୍ଠପୋଷକ ହେଉଛନ୍ତି ଡିପେନ୍ଦର ହୁଡା। ତୁମେ ଜନ୍ତର ମନ୍ତରରେ ବସିଲେ ନ୍ୟାୟ ପାଇବ ନାହିଁ। ଯଦି ତୁମେ ନ୍ୟାୟ ଚାହୁଁଛ, ତୁମକୁ ପୁଲିସ ଓ କୋର୍ଟକୁ ଯିବାକୁ ପଡିବ। ସେମାନେ ଏପର୍ଯ୍ୟନ୍ତ ତାହା କରିନାହାଁନ୍ତି। କୋର୍ଟ ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର