ମେକାନିକଙ୍କ ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଫାଇନ

ନୋଏଡା: ଆପଣ ଆପଣଙ୍କ କାର କିମ୍ବା ବାଇକ କୌଣସି ମେକାନିକଙ୍କୁ ସଜାଡ଼ିବାକୁ ଦେଉଛନ୍ତି କି ? ଯଦି ହଁ, ତେବେ ମେକାନିକଙ୍କ ଗୋଟିଏ ଭୁଲ ପାଇଁ ଆପଣଙ୍କୁ ଫାଇନ ଦେବାକୁ ପଡିପାରେ | ନୋଏଡା ଟ୍ରାଫିକ ପୁଲିସ ବର୍ତ୍ତମାନ ଏଭଳି କିଛି ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଗ୍ୟାରେଜ ସାମ୍ନାରେ ଛିଡା ହୋଇଥିବା ଗାଡି ବାବଦରେ ଗାଡି ମାଲିକଙ୍କଠାରୁ ଫାଇନ ଆଦାୟ କରାଯାଉଛି | ଆପଣ ଦେଖିଥିବେ ଯେ ନିଜ ଗ୍ୟାରେଜରେ ଅଳ୍ପ ସ୍ଥାନ ଥିବା ଯୋଗୁଁ କିଛି ମେକାନିକ ଗ୍ୟାରେଜ ବାହାରେ ସର୍ବସାଧାରଣ ସ୍ଥାନରେ ଗାଡିଗୁଡିକୁ ରଖିଦେଇଥାନ୍ତି |

ଗୋଟିଏ ଗାଡିର କାର୍ଯ୍ୟ ସମାପ୍ତ ପରେ ହିଁ ଅନ୍ୟ ଗାଡିକୁ ଗ୍ୟାରେଜ ଭିତରକୁ ନେଇ ରିପ୍ୟାରିଙ୍ଗ କରିଥାନ୍ତି | ନୋଏଡା ଟ୍ରାଫିକ୍ ପୁଲିସ ଡିସିପି ଗଣେଶ ପ୍ରସାଦ ସାହାଙ୍କ କହିବା ଅନୁଯାୟୀ, କାର୍ ମେକାନିକ ରାସ୍ତାରେ ଗାଡି ପାର୍କିଂ କରି ଗାଡି ସଜାଡିଥାନ୍ତି | ନୋଏଡାର ସେକ୍ଟର -୨୮, ୬୬, ୧୬ ଏବଂ ନିଠାରୀ ଅଟୋ ବଜାରରେ ଏହି କାରଣରୁ ଜାମ୍ ହୋଇଯାଏ |

କିନ୍ତୁ ଏସବୁକୁ ଖାତିର ନକରି ମେକାନିକମାନେ ଗାଡି ସଜାଡିଥାନ୍ତି | କିନ୍ତୁ ବର୍ତ୍ତମାନ ଟ୍ରାଫିକ୍ ପୁଲିସମାନେ ରାସ୍ତା କଡ଼ରେ ଛିଡା ହୋଇଥିବା ଗାଡିଗୁଡିକର ଚାଲାଣ କାଟିବା ଆରମ୍ଭ କରିଛି। ଗାଡି ବାବଦ ଫାଇନ ଗାଡି ମାଲିକଙ୍କୁ ଦେବାକୁ ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଉଛି | ଯେଉଁ ଗାଡ଼ିଗୁଡ଼ିକୁ ରାସ୍ତା ଉପରେ ରଖି ମେକାନିକ ଅନ୍ୟ ଗାଡି ସଜାଡିବାରେ ବ୍ୟସ୍ତ ରହୁଛନ୍ତି, ସେହି ଗାଡିର ଇ-ଚାଲାଣ କଟାଯାଇ ଗାଡି ମାଲିକଙ୍କ ନିକଟକୁ ପଠାଯାଉଛି |

ସମ୍ବନ୍ଧିତ ଖବର