ହିଜାବ୍ ଖୁଦାଙ୍କ ଦ୍ଵାରା ଦିଆଯାଇଥିବା ଏକ ଦାୟିତ୍ଵ: ଜାଇରା ଓ୍ଵାସିମ୍

ମୁମ୍ବାଇ: ଇସ୍‌ଲାମ୍‌ ପାଇଁ ତିନି ବର୍ଷ ପୂର୍ବରୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଛାଡିଥିବା ଛାଡିଥିବା ଜାଇରା ଓ୍ଵାସିମ୍ ହିଜାବ ବିବାଦ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କରେ ହିଜାବକୁ ସମର୍ଥନ କରି ଜାଇରା ଲେଖଛନ୍ତି, ହିଜାବ୍ ଏକ ପସନ୍ଦ ନାପସନ୍ଦର ଜିନିଷ ଏପରି କହିବା ଭୁଲ୍। ସୁବିଧା ଅନୁସାରେ ଏପରି ଧାରଣା ସୃଷ୍ଚି କରାଯାଉଛି। ହିଜାବ୍ ଖୁଦାଙ୍କ ଦ୍ଵାରା ଦିଆଯାଇଥିବା ଏକ ଦାୟିତ୍ଵ । ହିଜାବ୍ ପିନ୍ଧି ଗୋଟେ ମହିଳା ତାର ଦାୟିତ୍ଵକୁ ପୂରଣ କରିଥାଏ। ସେ ନିଜ ଖୁଦାଙ୍କୁ ଭଲ ପାଏ ଓ ହିଜାବ୍ ପିନ୍ଧି ସେ ନିଜକୁ ଉପରବାଲାଙ୍କ ନିକଟରେ ସମର୍ପଣ କରିଦେଇଥାଏ।

ମୁଁ ବି ଜଣେ ମହିଳା ଓ ସମ୍ମାନର ସହ ହିଜାବ୍ ପିନ୍ଧିଥାଏ । ତେବେ, ମୁଁ ଏହି ପୂରା ନିୟମକୁ ବିରୋଧ କରୁଛି ଯେଉଁଠି ମହିଳାମାନଙ୍କୁ ଧାର୍ମିକ ପରମ୍ପରା ମାନିବାକୁ ରୋକାଯାଉଛି ଓ ହଇରାଣ କରାଯାଉଛି। ମୁସ୍‌ଲିମ୍‌ ମହିଳାମାନଙ୍କ ସହ ଭେଦଭାବ କରି ଏପରି ନିୟମ ତିଆରି କରିବା ଯେଉଁଠି ଶିକ୍ଷା ଓ ହିଜାବ ମଧ୍ୟରେ ଗୋଟିଏକୁ ବାଛିବା ବା ଗୋଟିଏକୁ ଛାଡିବା, ଏହା ଅନ୍ୟାୟ । ହିଜାବର ବିରୋଧ ନାରୀସଶକ୍ତିକରଣ ନାମରେ କରାଯାଉଥିବା ମୁଖା।

ଜାଇରା ୨୦୧୯ରେ ସିନେମାରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସେ ସୋସିଆଲ୍ ମିଡିଆରେ ଲେଖିଥିଲେ, ବଲିଉଡରେ ପାଦଦେବା ମାତ୍ରେ ମୋତେ ଯଥେଷ୍ଟ ଲୋକପ୍ରିୟତା ମିଳିଥିଲା। କିନ୍ତୁ ମୋତେ ଏହି କ୍ଷେତ୍ରରେ କାମ କରି ଖୁସି ମିଳିଲା ନାହିଁ କାରଣ ଏହା ମୋର ଧାର୍ମିକ ବିଶ୍ଵାସରେ ହସ୍ତକ୍ଷେପ କରୁଥିଲା।

ସମ୍ବନ୍ଧିତ ଖବର