ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ୍‌ ଉଦ୍ଦେଶ୍ୟରେ ବାହାରିଲେ ପୋଲିଂ କର୍ମଚାରୀ

ସମ୍ବଲପୁର: ଆସନ୍ତା ମେ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍‌ ଉଦ୍ଦେଶ୍ୟରେ ବାହାରିଲେଣି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ଭୁବନେଶ୍ୱର,ପୁରୀ,ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ରପାଇଁ ଭୋଟଗ୍ରହଣ ହେବ।

ଆମର ସମ୍ବଲପୁର ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁରର ସରକାରୀ ମହିଳା ମହା ବିଦ୍ୟାଳୟର ପରିସରରୁ ପୋଲିଂ କର୍ମଚାରୀମାନେ ଇଭିଏମ୍‌ ଧରି ନିଜ ନିଜର ବୁଥ୍‌ ଉଦ୍ଦେଶ୍ୟରେ ବାହାରିଛନ୍ତି। ଏଠାରୁ ୪୦୮ଟି ବସରେ କର୍ମଚାରୀମାନେ ଯାତ୍ରା କରୁଛନ୍ତି। ଏଠାରୁ ସମ୍ବଲପୁର ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀକୁ ପୋଲିଂ କର୍ମଚାରୀମାନେ ଯାଇଛନ୍ତି। ଏଥର ସମ୍ବଲପୁର ଲୋକସଭା ଆସନରେ ୧୪ ଲକ୍ଷ ୬୬ ହଜାର ୯୭୪ ଜଣ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଠାରେ ଥିବା ୧୭୮୯ଟି ବୁଥ୍‌ରେ ମତଦାନ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର