ଧୂପକାଠି ଜଳାନ୍ତୁ ନାହିଁ, ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିବେ !

ପୂଜାର୍ଚ୍ଚନା କଲାବେଳେ ଧୂପକାଠି ଜାଳିବା ଭାରତରେ ଏକ ପୁରାତନ ପରମ୍ପରା ଭାବେ ଚାଲି ଆସୁଛି। ଧୂପକାଠିରୁ ସୁଗନ୍ଧ ବାହାରୁଥିବାରୁ ଭାରତୀୟମାନେ ନିଜ ଘରକୁ ବାସ୍ନାୟିତ କରିବା ପାଇଁ, ଧ୍ୟାନ କରିବା ଓ ପୂଜା କରିବା ପାଇଁ ଏହାକୁ ବ୍ୟବହାର କରିଥା’ନ୍ତି। କିନ୍ତୁ ଏଥିରେ ରହିଥାଏ ଅନେକ ଘାତକ କଣିକା ବା ପଦାର୍ଥ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

ଜେନାଟୋନିକ୍ସ୍‌ – ଯାହା କ୍ୟାନ୍‌ସର୍‌ ରୋଗ କରାଇଥାଏ
ମୁଟାଜେନିକ୍‌ – ଯାହା ଡିଏନ୍‌ଏ ସ୍ତରକୁ ବଦଳାଇଦିଏ
ସାଇଟୋସକ୍ସିକ୍‌ – ଯାହା କୋଷଗୁଡ଼ିକରେ ବିଷ ଭରିଦିଏ

 

 

ଶ୍ୱାଶରୋଗର ଭୟ ବଢ଼ାଇଥାଏ
ଧୂପକାଠି ଜଳାଇଲା ପରେ ଏଥିରେ ବାହାରୁଥିବା ଧୂଆଁ ଯୋଗୁଁ ପ୍ରଦୂଷଣ ହୋଇଥାଏ, ଧୂଆଁ ଶରୀର ଭିତରକୁ ଗଲା ପରେ ଏହା ଫୁସ୍‌ଫୁସ୍‌ର କୋଷଗୁଡ଼ିକୁ ଖରାପ କରିଥାଏ। ସାଉଥ୍‌ ଚାଇନା ବିଶ୍ୱବିଦ୍ୟାଳୟ ଓ ଚାଇନା ଟବାକୋ ଗଙ୍ଗ୍‌ଡୋଙ୍ଗ୍‌ ଇଣ୍ଡଷ୍ଟ୍ରିଜ୍‌ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧୂପକାଠି ଧୂଆଁରେ ଯେଉଁ ରାସାୟନିକ ପଦାର୍ଥ ରହିଛି ତାହା ତମାଖୁ ଠାରୁ ବି ଆହୁରି ଭୟଙ୍କର।

 

ହୃତ୍‌ପିଣ୍ଡକୁ ଖରାପ କରିଥାଏ
ଧୂପକାଠିର ଅଧିକ ବ୍ୟବହାର ଯୋଗୁଁ ଏହା ହୃଦ୍‌ରୋଗର କାରଣ ହୋଇପାରେ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧୂପକାଠି ଧୂଆଁ ରକ୍ତଚାପକୁ ଉତ୍ତେଜିତ କରିଥାଏ। ଧୂପକାଠିକୁ ସବୁବେଳେ ବ୍ୟବହାର କଲେ ୧୨ ପ୍ରତିଶତ ହୃଦ୍‌ରୋଗର ଭୟ ବଢ଼ିଯାଏ ଓ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।

 

ଶିଶୁମାନଙ୍କ ପ୍ରତି ବିପଦ
ଧୂପକାଠି ଧୂଆଁ ଛୁଆମାନଙ୍କ ଲାଗି ବେଶ୍‌ କ୍ଷତିକାରକ ହୋଇଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଏହା ଘାତକ ହୋଇଥାଏ। ନେ୍‌ସନାଲ୍‌ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଅନୁସନ୍ଧାନରୁ ଜଣାପଡ଼ିଥିବା ଖବର ଅନୁସାରେ, ଅଗରବତି ଧୂଆଁ ଯୋଗୁଁ ଛୁଆମାନଙ୍କ ଦେହରେ ଲିଉକେମିଆ ବଢ଼ିଯିବାର ଭୟ ରହିଥାଏ।

 

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌
ଧୂପକାଠିରେ ପ୍ରଦୂଷିତ ବାୟୁ ଥିବା ଯୋଗୁଁ ଏହା ଫୁସ୍‌ଫୁସ୍‌ରେ କ୍ୟାନ୍‌ସର ହେବାର କାରଣ ହୋଇପାରେ। ଏହି ପ୍ରଦୂଷକ ଫୁସ୍‌ଫୁସ୍‌ରେ ଯନ୍ତ୍ରଣା କରାଇଥା’ନ୍ତି ଓ ଧୂଆଁ ଶ୍ୱାଶନଳୀରେ କ୍ୟାନ୍‌ସର୍‌ କୋଷ ତିଆରି କରିଥାଏ।

 

ଚର୍ମରୋଗ ଓ ଆଲାର୍ଜି
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଛୋଟ ଛୁଆ ସହ ଯୁବକ ଯୁବତୀଙ୍କର ଧୂପକାଠି ଯୋଗୁଁ ଆଖି ଆଲାର୍ଜି ହୋଇଥାଏ। ସେନ୍‌ସିଟିଭ୍‌ ଚର୍ମ ଥିବା ବ୍ୟକ୍ତିମାନଙ୍କୁ ଏହି ଧୂଆଁ ଯୋଗୁଁ ସ୍କିନ୍‌ ଆଲାର୍ଜି ହେବାର ଆଶଙ୍କ ସହ ଅନ୍ୟ ଚର୍ମରୋଗ ହେବାର ଭୟ ମଧ୍ୟ ରହିଥାଏ।

 

ପ୍ରତିକାର କ’ଣ
ଧୂପକାଠିରୁ ଧୂଆଁ ବେଶୀ ସମୟ ଧରି ବାହାରୁ ଥିବାରୁ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଥାସମ୍ଭବ ଏହାର ବ୍ୟବହାର ବନ୍ଦ କରିବା ଉଚିତ। ଯଦି ଆପଣଙ୍କର ଫୁସ୍‌ଫୁସ୍‌ ସମସ୍ୟ ଅଛି, ତା’ହେଲେ ଏହାକୁ ବିଲ୍‌କୁଲ୍‌ ବ୍ୟବହାର କରନ୍ତୁ ନାହିଁ। ସେମିତି ତ ଧୂପକାଠି ବ୍ୟବହାର ବନ୍ଦ କରିଦେବା ଉଚିତ, କିନ୍ତୁ ଯଦି ଚାହୁଁଛନ୍ତି ତା’ହେଲେ ବହୁତ କମ୍‌ ବ୍ୟବହାର କରନ୍ତୁ ଓ ଖୋଲା ଜାଗା କିମ୍ବା ପବନ ଚଳାଚଳ କରୁଥିବା ସ୍ଥାନରେ ହିଁ ବ୍ୟବହାର କରନ୍ତୁ।

ସମ୍ବନ୍ଧିତ ଖବର