ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ଜିରା, ଏହି ସବୁ ଜିନିଷ ସହ ମିଶାଇ ଖାଇବା ଆରମ୍ଭ କରନ୍ତୁ
ଜିରାର ସେବନ ଶରୀର ପାଇଁ ଲାଭଦାୟକ, ତାହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ତାହା ବୋଧ ହୁଏ ଖୁବ୍ କମ୍ ଲୋକେ ଜାଣିଥିବେ । ଜିରାର ନିୟମିତ ସେବନ କରିବାର କିଛି ଦିନ ମଧ୍ୟରେ ଆପଣ ନିଜ ପେଟର ଚର୍ବି କମ ହେଉଥିବା ଅନୁଭବ କରି ପାରିବେ । ଯେଉଁ ମାନେ ପେଟରେ ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଥିବେ, ସେମାନେ ଜିରା ସେବନ କରି ପେଟର ଚର୍ବି କମାଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…
Sambad is now on WhatsApp
Join and get latest news updates delivered to you via WhatsApp
୧. ଲେମ୍ବୁ ଏବଂ ଅଦା ସହ ଜିରାର ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଲେମ୍ବୁ ଏବଂ ଅଦା ଜିରା ସହ ମିଶି ଓଜନ କମାଇବା କ୍ଷମାତାକୁ ବଢ଼ାଇଥାଏ । ଅଦାକୁ ପାଣିରେ ପକାଇ ଫୁଟାଇଦେବା ସହ ସେଥିରେ ଲେମ୍ବୁ ଏବଂ ଜିରା ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଆପଣଙ୍କ ମୋଟାପଣ ତୁରନ୍ତ କମ ହୋଇ ଯାଇଥାଏ ।
୨.୫ଗ୍ରାମ୍ ଦହି ସହ ଗୋଟେ ଚାମଚ ଜିରା ପାଉଡର ମିଶାଇ ପ୍ରତିଦିନ ଏହାର ସେବନ କରନ୍ତୁ । ଏହା ଆପଣଙ୍କ ପେଟର ଚର୍ବିକୁ ତୁରନ୍ତ କମାଇଦେବ ।
୩.ଜିରାର ପାଣି ଏବଂ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ, କପର ଏବଂ ଫସ୍ଫରସ ରହିଥାଏ, ଯାହା କ୍ୟାଲୋରୀକୁ କମ କରିବା ସହ ଓଜନ କମ କରିଥାଏ ।