ଭାତୁଡ଼ିକୁ ଶରୀରରୁ ଦୂରେଇବାପାଇଁ କରନ୍ତୁ ଏହି ଉପାୟ

ମୁହଁରେ, ବେକରେ ଓ ହାତରେ ଅନେକ ଲୋକଙ୍କର ଭାତୁଡ଼ି ହୋଇଥାଏ, କେତେକ ଲୋକଙ୍କୁ ଏହା ବଂଶାନୁକ୍ରମିକ ଭାବେ ମିଳିଥାଏ । ଆଉ କେତେକ ଲୋକ ଅଧିକ ସମୟରେ ଖରାରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ ।
ତେବେ ଭାତୁଡ଼ି ହେବାର ମୁଖ୍ୟ କାରଣ ହେଲା ହ୍ୟୁମାନ୍‌ ଫିପଲ୍ଲୋମା ଭାଇରସ । କେତେକ ଲୋକ ସର୍ଜରି କରାଇ ଏଥିରୁ ମୁକ୍ତି ମିଳିଥାଏ ବୋଲି ମନେ କରନ୍ତି।
ଭାତୁଡ଼ିକୁ ଶରୀରରୁ ଦୂର କରିବାର କେତେକ ଉପାୟ ଅଛି । ଏଥିମଧ୍ୟରୁ ଗୋଟିଏ ହେଲା ଖଟା ପାଳଙ୍ଗ ପତ୍ର । ଏହି ପତ୍ରଗୁଡିକୁ ଅଳ୍ପ ଜଳରେ ମିଶାଇ ବାଟି ଦିଅନ୍ତୁ ଓ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ଜାଗାରେ ଦିନକୁ ୨ ଥର ଲଗାନ୍ତୁ । କିଛି ଦିନ ଏଭଳି କରିବା ପରେ ଭାତୁଡ଼ି ଦୂରେଇ ଯିବ ।
କଦଳୀ ଦ୍ୱାରା ମଧ୍ୟ ଭାତୁଡ଼ିକୁ ଦୂରେଇ ହେବ । କଦଳୀ ଚୋପାରେ ଅକ୍ସିକରଣ ରୋଧି ତତ୍ତ୍ୱ ମିଳିଥାଏ । କଦଳୀ ଚୋପା ରେ ଭାତୁଡିି ହୋଇଥିବା ଜାଗାକୁ ଘୋଡ଼ାଇ ଉପରେ ଲଗାନ୍ତୁ । ଏହିପରି କରିଲେ ଭାତୁଡ଼ି ଦୂରେଇ ଦେବ ।

photo-medicalnewstoday

ପିଆଜରେ ଏଭଳି ତତ୍ତ୍ୱ ବି ରହିଛି ଯାହା ଭାତୁଡ଼ିକୁ ଦୂରେଇବା ଲାଗି ମଧ୍ୟ ସହାୟକ । ନିୟମିତ ଭାବେ ଭାତୁଡ଼ି ହୋଇଥିବା ଜାଗାରେ ମିଳିଲେ, ତାହା ଦୂର ହୋଇଯିବ ।
ଜଡ଼ା ତେଲର କେତେକ ବୁନ୍ଦା ଆଙ୍ଗୁଳିରେ ନେଇ ଭାତୁଡ଼ି ହୋଇଥିବା ଜାଗାରେ ଲଗାଇଲେ ଧୀରେ ଧୀରେ ଭାତୁଡ଼ି ଦୂରେଇଯିବ । ରସୁୁଣର ପ୍ରୟୋଗ ଦ୍ୱାରା ବି ଭାତୁଡ଼ି ହଟାଇ ହେବ । ରସୁଣର କିଛି ଫୁଟର ଚୋପା ଛଡାଇ ଛେଚି ଏକ ପତଳା କପଡ଼ାରେ ପଟ୍ଟି ବାନ୍ଧି ଭାତୁଡ଼ିରେ ରଖନ୍ତୁ । କିଛି ଦିନ ଏପରି କଲେ ଭାତୁଡ଼ି ଦୂରେଇ ଯିବ ।

ସମ୍ବନ୍ଧିତ ଖବର