୭ଟି ଭୁଲ ଖାଦ୍ୟ, ଯାହା ଆପଣଙ୍କ ରାତିର ନିଦକୁ କରିଥାଏ ଖରାପ

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ହେବା ନିହାତି ଆବଶ୍ୟକ । ଠିକ୍‌ ଭାବରେ ନ ଶୋଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଆଖି ତଳ କଳା ପଡ଼ିଯିବା, ରକ୍ତଚାପ ବଢ଼ିବା, ଅବସାଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ । ପ୍ରତିଦିନ ୭-୮ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ । କିନ୍ତୁ କିଛି ଲୋକ ଶୋଇବା ପାଇଁ ଚାହିଁଲେ ମଧ୍ୟ ସେମାନଙ୍କୁ ନିଦ ଆସି ନଥାଏ । ଯାହା ପାଇଁ ସେମାନଙ୍କୁ ଔଷଧର ସାହାରା ନେବାକୁ ପଡ଼ିଥାଏ । ବେଳେ ବେଳେ କାମ ବା କୌଣସି କଥାକୁ ନେଇ ଚିନ୍ତା କରିବା ଦ୍ୱାରା ନିଦ ଆସି ନଥାଏ । କିନ୍ତୁ ନିଦ ନ ଆସିବା ପଛରେ ମଧ୍ୟ ଆପଣଙ୍କ ଖାଉଥିବା ଭୁଲ ଖାଦ୍ୟ ହୋଇଥାଇ ପାରେ ! ଯାହାକୁ କେବେ ହେଲେ ଆପଣ ଗୁରୁତ୍ୱ ଦିଅନ୍ତି ନାହିଁ । ଆଜି ଆମେ ଆପଣ ଖାଉଥିବା ସେଭଳି କିଛି ଖାଦ୍ୟ ବିଷୟରେ ଜାଣିବା ଯାହା ଆପଣଙ୍କ ରାତିର ନିଦକୁ ଖରାପ କରିଥାଏ ।

୧. ଆଇସ୍କ୍ରିମ୍‌ ଖାଇବା ଦ୍ୱାରା ନିଦ ସ୍ୱାଭାବିକ ଭାବରେ ଉଡ଼ି ଯାଇଥାଏ । କାରଣ ଆଇସ୍କ୍ରିମ୍‌ରେ ଫ୍ୟାଟ୍‌ ଏବଂ ସର୍କରାର ମାତ୍ରା ଅଧିକ ରହିଥାଏ । ରାତି ସମୟରେ ଆଇସ୍କ୍ରିମ୍‌ ଖାଇବା ଦ୍ୱାରା ନିଦ ଶୀଘ୍ର ଆସି ନଥାଏ ।

Food Network

୨. ଆଜିକାଲି ଲୋକମାନେ ଥକି ଘରେ ପହଞ୍ଚିବା ପରେ ନିଜକୁ ଆକ୍ଟିଭ୍‌ କରିବା ପାଇଁ ଚା’ ବା କଫି ପିଇଥାନ୍ତି । ଯାହା ଆପଣଙ୍କ ଥକାପଣ ଦୂର କରିବା ସହ ନିଦକୁ ବି ଦୂର କରିଥାଏ । ଚା’ ବା କଫି ପିଇବା ଦ୍ୱାରା ରାତିରେ ଠିକ୍‌ ଭାବରେ ନିଦ ଆସି ନଥାଏ ।

୩. ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଉର୍ଜା ଭରି ଯାଇଥାଏ । ରାତି ସମୟରେ ଭୁଲରେ ଏହାକୁ ଖାଆନ୍ତୁ ନାହିଁ । ଏହା ଖାଇବା ଦ୍ୱାରା ରାତିରେ ନିଦ ଆସି ନଥାଏ ।

PaleoHacks

୪. ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ି ଯାଇଥାଏ । ଯାହାଦ୍ୱାରା ଶୋଇବା ସମୟରେ ଅସହଜ ଅନୁଭବ ହେବା ସହ ନିଦ ଆସି ନଥାଏ ।

ସମ୍ବନ୍ଧିତ ଖବର