ଶରୀରରେ ଏହି ୧୨ଟି ପରିବର୍ତ୍ତନ ଆସିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୁଏ

ଠିକ୍‌ ସମୟରେ ନ ଖାଇବା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି ।ଏହା ମଧ୍ୟରୁ ଗୋଟେ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିୟା । ଆଜିକାଲି ଦେଶରେ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗ କୌଣସି ବି ବୟସର ଲୋକମାନଙ୍କୁ ହେଉଥିବା ବେଳେ ୩୦ବର୍ଷ ପରେ ଏହି ରୋଗ ହେବାର ଆଶଙ୍କା ଅଧିକ ହୋଇଥାଏ । ରକ୍ତ କର୍କଟ ରୋଗୀମାନଙ୍କୁ ଆରମ୍ଭରୁ ଏହି ରୋଗ ବିଷୟରେ ଜଣା ପଡ଼ି ନଥାଏ । ପରେ ଏହା ଗମ୍ଭୀର ରୂପ ନେଇଥାଏ । ସେଥିପାଇଁ ସମସ୍ତଙ୍କୁ ଏହି ରୋଗ ଆରମ୍ଭ ହେବାର ଲକ୍ଷଣ ବିଷୟରେ ଜାଣି ରଖିବା ଦରାକାର । ଯାହା ଫଳରେ ସମୟ ପୂର୍ବରୁ ଏହାର ଚିକିତ୍ସା କରିବା ସମ୍ଭବ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ..

୧.ରକ୍ତ କର୍କଟ ରୋଗ ହେବା ମାତ୍ରେ ଆରମ୍ଭରୁ ଏନେମିୟା ହେବା ଭଳି ସଂକେତ ମିଳିଥାଏ । ସବୁବେଳେ ଥକା ଲାଗିବା ସହ ଦୁର୍ବଳ ଲାଗିବା ବା ଥଣ୍ଡା ହେବା ଏହି ରୋଗର ଲକ୍ଷଣ ହୋଇପାରେ ।

http://nari.punjabkesari.in

୨.ରକ୍ତ କର୍କଟ ହୋଇଥିଲେ ଆରମ୍ଭ ଦିନମାନଙ୍କରେ ଆପଣଙ୍କ ଗଳା ଏବଂ କାଖ ତଳ ଦରଜ ହେବାକୁ ଲାଗିଥାଏ। ଏହା ସହ ଯଦି ଆପଣ ଗୋଡ଼ ବିନ୍ଧା ଏବଂ ଛାତି ପୋଡ଼ାଜଳା ହେଉଛି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩. ଯଦି ଆପଣଙ୍କ ନାକ, ପାଟି ବା ଶୌଚ କରିବା ସମୟରେ ରକ୍ତ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁା ତୁରନ୍ତ ଡ଼ାକ୍ତରଖାନା ଯାଇ ରକ୍ତ କର୍କଟ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ ।
୪.ନିମୋନିଆ ହେବା, ମୁହଁରେ ଘା’ ହେବା, ଚର୍ମ ଲାଲ ପଡ଼ିଯିବା,ମୁଣ୍ଡ ବିନ୍ଧା ହେବା ଭଳି ଲକ୍ଷଣ ଦେଖା ଗଲେ ଏହାକୁ ଅଣଦେଖା ଜମା ବି କରନ୍ତୁ ନାହିଁ ।
୫. ହଠାତ୍‌ ଓଜନ କମିଯିବା ବା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଗଲେ ସତର୍କ ହୋଇଯାଆନ୍ତୁ । ରକ୍ତ କର୍କଟ ହେଲେ ରୋଗୀର ଶରୀର ଅସାଧାରଣ ଭାବରେ କମ ହୋଇ ଯାଇଥାଏ । ଏପରି ହେଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

http://nari.punjabkesari.in

୬. ପାଗ ଥଣ୍ଡା ଥାଇ ମଧ୍ୟ ଯଦି ଆପଣଙ୍କ ଶରୀରରୁ ଝାଳ ବାହାରୁଛି ତେବେ ଏହା ରକ୍ତ କର୍କଟର ଲକ୍ଷଣ ବୋଲି ଜାଣି ରଖନ୍ତୁ ।
୭.ରକ୍ତରେ ପ୍ଲେଟ୍‌ଲେଟ୍‌ସର ପରିମାଣ କମ ହୋଇଯିବା ମଧ୍ୟ ରକ୍ତ କର୍କଟର ଲକ୍ଷଣ ଅଟେ । ଏହାର ପ୍ରଭାବରେ ଶରୀରରେ ନୀଳ ଏବଂ ବାଇଗଣୀ ରଙ୍ଗର ଚିହ୍ନ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର