କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତରକୁ ବିଜେଡ଼ିର ବିରୋଧ

ଭୁବନେଶ୍ବର: ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ସ୍ଥିତ କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତରକୁ ବିଜୁ ଜନତା ଦଳ ତୀବ୍ର ବିରୋଧ କରିଛି। ଆଜି ବିଜେଡି ବିଧାୟକ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଶତାଧିକ କର୍ମୀ ଯୋଗଦେଇ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। ନୂଆପଲ୍ଲୀସ୍ଥିତ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ପାଣ୍ୟାଗାର ନିଗମରେ ୯୦% ସ୍ଥାନୀୟ ଓଡ଼ିଆ ଯୁବକ କାମ କରୁଥିଲେ। ବର୍ଷକୁ ୮ କୋଟି ଟଙ୍କାର ଲାଭାଂଶ ମିଳୁଥିଲା। ଏଭଳି ପଦକ୍ଷେପ ଦ୍ବାରା ବହୁ ସମସ୍ୟା ଉପୁଜିବ। ‌ତେଣୁ ପୂର୍ବଭଳି ଭୁବନେଶ୍ବରରେ ନିଗମକୁ ରଖାଯାଉ ବୋଲି ଦାବି କରାଯାଇଛି। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅମରେଶ ଜେନା, ସୁବାସ ପାତ୍ର, ରବି ସାମଲ, ଦୁର୍ଗା ସାମନ୍ତରାୟ, କୁନାଲ ରାଉତଙ୍କ ସମତେ ବହୁ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର