ଟ୍ରକ୍ ଧକ୍କାରେ ଟାଟା ଏସି ଚାଳକ ମୃତ

ବାଇକ୍‌ ଚାଳକଙ୍କୁ ଧକ୍କା ଦେଲା ଅଟୋ

ଖଣ୍ଡଗିରି : ଶନିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଉପରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଟାଟା ଏସି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ପୁରୀ ଜିଲ୍ଲା ପିପିଲି ଜଗନ୍ନାଥପୁର ଗାଁର ବିଜୟ ବିଶ୍ବାଳଙ୍କ ପୁଅ ଅଶୋକ। ପୁଲିସ ସୂଚନାନୁସାରେ ଅଶୋକ ଏକ କୁକୁଡ଼ା ବୋଝେଇ ଟାଟା ଏସି(ଓଡି୦୨ଏଏଲ୍‌-୨୩୧୨) ନେଇ ଖୋର୍ଧାରୁ ଭୁବନେଶ୍ବର ଆଡ଼କୁ ଯାଉଥିଲେ। ତାଙ୍କ ସହ ଅନ୍ୟ ଦୁଇଜଣ କୁକୁଡ଼ା ବେପାରୀ ଥିଲେ। ସେମାନେ ଆଇଗିଣିଆ ଓଭରବ୍ରିଜ୍ ଉପରେ ପହଞ୍ଚିଥିବା ବେଳେ ଏକ ଟ୍ରକ୍‌(ଏପି୨୬ଟିକେ-୦୦୯୯) ଟାଟା ଏସିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଶୋକଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ।

ବାଇକ୍‌ ଚାଳକଙ୍କୁ ଧକ୍କା ଦେଲା ଅଟୋ

ଭୁବନେଶ୍ବର : ସିଆରପି ଛକ ଫ୍ଲାଏ ଓଭର ଉପରେ ଆଚାର୍ଯ୍ୟ ବିହାର ପଟୁ ଆସୁଥିବା ଏକ ଅଟୋ ଡିଭାଇଡର ଡେଇଁ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଛି। ବାଇକ୍‌ ଚୂର୍‌ମାର ହୋଇଯିବା ସହ ଚାଳକ ଜଟଣୀର ବିଶ୍ବରଞ୍ଜନ ମହାନ୍ତି ଗୁରୁତର ଆହତ ‌ହୋଇଛନ୍ତି। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଅଟୋ ମଧ୍ୟ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ନୂଆପଲ୍ଲୀ ଥାନା ପୁଲିସ ଜବତ କରିଛି। ବାଇକ୍‌ ଚାଳକଙ୍କ ଅଭିଯୋଗକ୍ରମେ ଅଟୋ ଚାଳକଙ୍କୁ ପୁଲିସ ଅଟକ ରଖିଛି।

ସମ୍ବନ୍ଧିତ ଖବର