ସୁବୋଧ କିଏ?

ସୁବୋଧଙ୍କ ଜଣେ ସମ୍ପର୍କୀୟଙ୍କ କହିବାନୁଯାୟୀ, ୨୦୦୧ ମସିହା‌‌‌ରେ ସେ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ ଚାକିରି ପାଇଥିଲେ। ଡାକ ଅଫିସ୍‌ରେ ଡାକ ବାହକ ଭାବେ ଚାକିରି କରୁଥିଲେ। ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ସେ ନିୟମିତ ଔଷଧ ଖାଉଥିଲେ। ଧୀରେଧୀରେ ତାଙ୍କର ମାନସିକ ସ୍ଥିତି ଅଧିକ ଖରାପ ହେବାରେ ଲାଗିଲା। ସେଥିପାଇଁ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସୁବୋଧଙ୍କ ସ୍ଥାନରେ ଅନ୍ୟ ଜଣେ କାର୍ଯ୍ୟ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ପୋଷ୍ଟ ଅଫିସରେ କାମ ବନ୍ଦ ହୋଇଯାଇଥିଲା। ଏଥିପାଇଁ ଡାକ ବିଭାଗ ସୁବୋଧଙ୍କୁ କରଣ ଦର୍ଶାଅ ନୋଟିସ୍‌ କରିଥିଲା। ମାତ୍ର ସୁବୋଧ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବାରୁ ଡାକ ବିଭାଗକୁ ଉତ୍ତର ଦେଇ ପାରି ନଥିଲେ। ଫଳରେ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ତେବେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଚାକିରି ଯିବା ଜାଣି ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। କେମିତି ପରିବାର ଚଳାଇବେ, ସେଥିପାଇଁ ଚିନ୍ତିତ ଥିଲେ ବୋଲି ସମ୍ପର୍କୀୟଜଣଙ୍କ କହିଛନ୍ତି। ଏହାପରେ ଚାକିରି ଫେରି ପାଇବା ପାଇଁ ଭୁବନେଶ୍ୱରରେ ରହୁଥିବା ମାଉସୀଙ୍କ ଘରକୁ ଆସିଥିଲେ। ଏଠାରେ ରହି ପୋଷ୍ଟାଲ୍‌ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟିବାକୁ ଯାଉଥିଲେ। ମାତ୍ର ସବୁ ଆଡୁ ନିରାଶ ହେବା ପରେ ମାଉସୀଙ୍କ ଘରୁ କୁଆଡ଼େ ପଳାଇ ଯାଇଥିଲେ। ପରିବାର ଓ ବନ୍ଧୁ ସବୁଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର