ରାଜଧାନୀରେ ୨୪୫ କରୋନା ଆକ୍ରାନ୍ତ, ୧୭ ଶିଶୁ ସଂକ୍ରମିତ

ଭୁବନେଶ୍ବର : ଶୁକ୍ରବାର ରାଜଧାନୀରେ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ୨୬୩ ଆକ୍ରାନ୍ତ ହୋଇଥିଲେ। ଯଦିଓ ସଂକ୍ରମଣ କମ୍‌ ରହିଛି; ସଂକ୍ରମିତଙ୍କ ମଧ୍ୟରେ ୧୭ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ରାଜଧାନୀରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟାରେ ଶିଶୁ ଆକ୍ରାନ୍ତ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି।

ଶୁକ୍ରବାର ଚିହ୍ନଟ ୨୪୫ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୬ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ବାକି ୧୧ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀରେ ସର୍ବାଧିକ ଦୁଇଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ରସୁଲଗଡ଼, ପଟିଆ, ପୁରୁଣା ଭୁବନେଶ୍ବର, ହଂସପାଳ, ଆଇଆରସି ଭିଲେଜ୍‌, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ୟୁନିଟ୍‌-୩, ୟୁନିଟ୍‌-୮ ଓ ୟୁନିଟ୍‌-୯ ଅଞ୍ଚଳରୁ ଜଣେ ଲେଖାଏଁ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପଟିଆରେ ଜଣେ ୩ ବର୍ଷର ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଆଇଆରସି ଭିଲେଜ୍‌ରେ ୨ ବର୍ଷର ଶିଶୁକନ୍ୟା, ଚନ୍ଦ୍ରଶେଖରପୁରରେ ୭ ବର୍ଷର ବାଳକ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ବୟସ ୯ରୁ ୧୪ ବର୍ଷ ମଧ୍ୟରେ ରହିଛି।

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫ ହଜାରରେ ପହଞ୍ଚିଛି। ଏଣେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୩୨୨୮ ରହିଥିବା ବେଳେ ଆଜି ୩୨୯୨ରେ ପହଞ୍ଚିଛି। ସେହିଭଳି ଗତକାଲି ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ଶୂନ ଦର୍ଶାଯାଇଛି। ଆଜି ଚିହ୍ନଟ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ନୂ୍ଆପଲ୍ଲୀରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରୁ ୧୧ଜଣ, ଲକ୍ଷ୍ମୀସାଗରରୁ ୧୦, ଝାରପଡ଼ା ଓ ପଟିଆରୁ ୯ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର