ଦତ୍ତୋପନ୍ତ ଠେଙ୍ଗେଡିଙ୍କ ସ୍ମୃତି ବ୍ୟାଖ୍ୟାନମାଳା

ଭୁବନେଶ୍ବର : ‘ସ୍ବଦେଶୀ ଜାଗରଣ ମଞ୍ଚ’ ପକ୍ଷରୁ ମଞ୍ଚର ଜନକ ତଥା ପ୍ରତିଷ୍ଠାତା ଦତ୍ତୋପନ୍ତ ବାପୁରାଓ ଠେଙ୍ଗେଡିଙ୍କ ଆଗାମୀ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ବ୍ୟାଖ୍ୟାନମାଳା ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ ସହ ସରକାର୍ଯ୍ୟବାହ ସି.ଆର୍‌. ମୁକୁନ୍ଦା ଯୋଗ ଦେଇ ଠେଙ୍ଗେଡିଜୀଙ୍କ ଜୀବନୀ ଓ କାର୍ଯ୍ୟପଦ୍ଧତି ଉପରେ ଆଲୋକପାତ କରିବା ସହ ସମାଜର ସମସ୍ତ ବର୍ଗର ବିଭିନ୍ନ ସଂଗଠନକୁ କିପରି ରାଷ୍ଟ୍ରହିତରେ ଯୋଡ଼ି ପାରୁଥିଲେ ସେ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଅନ୍ୟତମ ବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସହ ସଂଯୋଜକ ସରୋଜ ମିତ୍ର ଉପସ୍ଥିତ ରହି ଠେଙ୍ଗେଡିଜୀଙ୍କ ସହ ଲମ୍ବା ସମୟ କାମ କରିବାର ଅନୁଭୂତି ଓ ତାଙ୍କର ନିଷ୍ଠା ବିଷୟରେ କହିଥିଲେ।

ଠେ‌ଙ୍ଗେଡିଜୀଙ୍କ ଉଦ୍ୟମରେ କିପରି ସ୍ବ‌ଦେଶୀ ଜାଗରଣ ମଞ୍ଚ, ଭାରତୀୟ ମଜଦୁର ସଂଘ ଓ ଭାରତୀୟ କିଷାନ ସଂଘ ପ୍ରତିଷ୍ଠା ହୋଇପାରିଛି ଶ୍ରୀ ମିତ୍ର ବକ୍ତବ୍ୟ ରଖିଥିଲେ। ଠେଙ୍ଗେଡିଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା, କଟକ ଆଦି ସ୍ଥାନରେ ସ୍ମୃତି ସଭା ସବୁ ଅନୁଷ୍ଠିତ ହୋଇଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ଆଶୁତୋଷ ମୁଖାର୍ଜୀ ସଭା ପରିଚାଳନା କରିଥିଲେ। ରାଜ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ମଞ୍ଚର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଭାରତୀୟ ମଜଦୁର ସଂଘର ଶ୍ରମିକ ନେତା ବସନ୍ତ ସାହୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର