ଭୁବନେଶ୍ୱର : ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଜମି ଦଲାଲକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ଦଲାଲ ହେଉଛି ଗୌତମ ନଗର ପ୍ଲଟ ନମ୍ବର ୧୫ର ନଳିନୀକାନ୍ତ ନାୟକ। ଢେଙ୍କାନାଳ ଜିଲ୍ଲା ଭୁବନ ନିଉ ବଜାରର ପ୍ରସନ୍ନ କୁମାରଙ୍କୁ କଳାରାହାଙ୍ଗରେ ଜମି ଯୋଗାଇ ଦେବା ପାଇଁ ନଳିନୀ ଯୋଗାଯୋଗ କରିଥିଲା। ଜମି ପାଇଁ ୨୦ ଲକ୍ଷ ଟଙ୍କା ଦର ଧାର୍ଯ୍ୟ ହୋଇଥିଲା। ସେ ପ୍ରସନ୍ନଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇ ବିଶ୍ବାସ ଜନ୍ମାଇବାକୁ ସମ ପରିମାଣର ଏକ ଚେକ୍ ଦେଇଥିଲା। ଜମି ଦେବାପରେ ଏହି ଚେକ୍କୁ ଫେରାଇ ଦେବାକୁ ପ୍ରସନ୍ନଙ୍କୁ କହିଥିଲା। ଏହାପରେ ସେ ଜମି ଦେବା ତ ଦୂରର କଥା ଆଉ ଧରା ଛୁଆଁ ଦେଇନଥିଲା। ପ୍ରସନ୍ନ ଚେକ୍କୁ ବ୍ୟାଙ୍କ୍ରେ ଜମା କରିବା ପରେ ଏହା ବାଉନ୍ସ ହୋଇଯାଇଥିଲା। ଶେଷରେ ସେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହୋମଗାର୍ଡଙ୍କୁ ଆକ୍ରମଣ ମାମଲା : ୨ ଅଭିଯୁକ୍ତ ଗିରଫ, କାର୍ ଜବତ
ଭୁବନେଶ୍ବର : ବାଣୀବିହାର ଛକରେ ପିସିଆର୍ ଭ୍ୟାନକୁ ଅଟକାଇବା ସହ ଜଣେ ହୋମ୍ଗାର୍ଡଙ୍କୁ ଆକ୍ରମଣ କରିବା ମାମଲାରେ ସହିଦନଗର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପାତ୍ରପଡ଼ା ଅଞ୍ଚଳର ସୁଚିନ୍ତକ ତ୍ରିପାଠୀ(୩୪) ଓ ୟୁନିଟ୍-୯ ଅଞ୍ଚଳର ଭରତ ମହାନ୍ତି(୪୬)। ସେମାନେ ବ୍ୟବହାର କରୁଥିବା କାର୍କୁ ମଧ୍ୟ ପୁଲିସ ଜବତ କରିଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଭରତ ଓ ସୁଚିନ୍ତକ ମଞ୍ଚେଶ୍ବର ଅଞ୍ଚଳରେ ଏକ ଦୁର୍ଘଟଣା ଘଟାଇ ସେଠାରୁ ଫେରାର୍ ହୋଇଯାଇଥିଲେ। ସହିଦନଗର ଥାନା ପିସିଆର୍ ବାଣୀବିହାର ଛକ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲା। କାର୍ଟି ବାଣୀବିହାର ଛକ ଅତିକ୍ରମ କରୁଥିବା ସମୟରେ ପୁଲିସ କାର୍କୁ ଅଟକାଇ ଉଭୟଙ୍କୁ ପଚରା ଉଚରା ବେଳେ ସେମାନେ ଜଣେ ହୋମଗାର୍ଡଙ୍କୁ ଆକ୍ରମଣ କରି ଫେରାର୍ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣିଥିଲା।