ପୁଣି ଖାକିରେ କଳଙ୍କ: ପଦୋନ୍ନତି ଲୋଭ ଦେଖାଇ ମହିଳା କନେଷ୍ଟବଳଙ୍କୁ ‌‌‌ଯୌନ ନିର୍ଯାତନା

ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ

ସମ୍ବଲପୁର: ପୁଣି ଖାକିରେ କଳଙ୍କ। ମହିଳାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ୍‌ ଅଧିକାରୀ ହିଁ ନିଜ ବିଭାଗର ମହିଳା କନେଷ୍ଟବଳଙ୍କୁ ‌ଯୌନ ନିର୍ଯାତନା ଦେବା ଘଟଣା ଏବେ ସମ୍ବଲପୁର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ପଦୋନ୍ନତି କରାଇଦେବାର ପ୍ରଲୋଭନ ଦେଖାଇ ଜଣେ ପୁଲିସ ଇନ୍ସପେକ୍ଟର ଏକାଧିକ ମହିଳା କନେଷ୍ଟବଳଙ୍କ ସହ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଉକ୍ତ ପୁଲିସ୍‌ ଇନ୍ସପେକ୍ଟରଙ୍କ ବଦଳି କରାଯାଇ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

hindi.news18.com

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ରିଜର୍ଭ ପୁଲିସ୍‌ର ଇନ୍ସପେକ୍ଟର ଦାୟିତ୍ବରେ ଥିବା ଏହି ଅଧିକାରୀ ଜଣକ ରିଜର୍ଭରେ ଥିବା ୩ ଜଣ ମହିଳା କନେଷ୍ଟବଳଙ୍କୁ ପଦୋନ୍ନତି କରାଇଦେବାର ପ୍ରଲୋଭନ ଦେଖାଇଥିଲେ। ଏହି ବାହାନାରେ ସେ ମହିଳା କନେଷ୍ଟବଳଙ୍କ ସହ ଦୁର୍ବ୍ୟବହାର କରିବା ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ତେବେ ସମ୍ବଲପୁର ଜିଲ୍ଲାର ଜଣେ ମହିଳା କନେଷ୍ଟବଳ ଏହି ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟକଳାପ ସଂପର୍କରେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା। ପରେ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଏକ ବିଭାଗୀୟ କମିଟି ଗଠନ ହୋ‌ଇ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ; ଅଭିଯୋଗ ପରେ ଏହି ଅଧିକାରୀଙ୍କୁ ରିଜର୍ଭ ଦାୟିତ୍ବରୁ ହୋମଗାର୍ଡ ବିଭାଗକୁ ବଦଳି ମଧ୍ୟ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର